ଗଛରେ ପିଟିହେଲା ତେଲ ଟ୍ୟାଙ୍କର | Satyasikha


ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ପିପୃଟ ଗାଁ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ମୃତ ବ୍ୟକ୍ତି ଜଣଙ୍କ ହେଲେ ଗାଡ଼ିର ହେଲପର ବସନ୍ତ କୁମାର ମାଝୀ। ତାଙ୍କୁ ୨୦ ବର୍ଷ ହୋଇଥିଲା। ଡ୍ରାଇଭର ପ୍ରଦୀପ ବାରିକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ
ଆଜି ଭୋର ପ୍ରାୟ ୫ଟା ସମୟରେ ତେଲ ଟ୍ୟାଙ୍କରଟି ମାଲକାନଗିରିରୁ ପେଟ୍ରୋଲ ଡେଲିଭରି କରି ସମ୍ବଲପୁର ଫେରୁଥିଲା। ଏହି ସମୟରେ ପିପୃଟ ଗାଁ ନିକଟରେ ଥିବା ଏକ ଗଛରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା।
ସଇଁତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ବେଳେ ପ୍ରଦୀପଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହାସହ ପୁଲିସ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।