

ସତ୍ୟଶିଖା( ଭୁବନେଶ୍ୱର )୧୧.୧୦.୨୦୨୨: ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ବ୍ଲାକମେଲର ଅର୍ଚ୍ଚନାଙ୍କ କୁହୁକ ପେଡ଼ିରୁ ନୂଆ ନୂଆ ତଥ୍ୟ ବାହାରିବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଚାକିରି କରାଇଦେବା ବାହାନାରେ ଅର୍ଚ୍ଚନା ପୀଡ଼ିତା ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଶୁଟ୍ କରିଥିଲେ । ସେ ପ୍ରଥମେ ଯୁବତୀଙ୍କୁ ନିଶା ଦେବା ସହ ନିର୍ବସ୍ତ୍ର କରି ପରେ ଭିଡିଓ ଶୁଟ୍ କରିଥିଲେ ।
ସେକ୍ସ ଭିଡିଓ କରି ବ୍ଲାକମେଲିଂ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାକୁ ଅର୍ଚ୍ଚନା ପ୍ରବର୍ତ୍ତାଇଥିଲେ । ଦିନେ ରାତିରେ ପାର୍ଟି କରିବା ବାହାନା କରି ପୀଡ଼ିତାଙ୍କୁ ନିଶା ପାନୀୟ ପିଆଇ ବେହୋସ କରିଦେଇଥିଲେ ଅର୍ଚ୍ଚନା । ଏହା ପରେ ତାଙ୍କର ଖରାପ ଭିଡିଓ ଶୁଟ୍ କରିଥିଲେ । ଚେତା ଫେରିବା ବେଳକୁ ସେ ନିର୍ବସ୍ତ୍ର ଥିବା ପୀଡ଼ିତା ଉଲ୍ଲେଖ କରିଛନ୍ତି । ଉକ୍ତ ନଗ୍ନ ଭିଡିଓ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ପୀଡ଼ିତାଙ୍କୁ ବ୍ଲାକମେଲ କରିଥିଲେ । ଗତ ଏପ୍ରିଲ ମାସରେ ଅକ୍ଷୟଙ୍କ ନମ୍ବର ଦେଇ ତାଙ୍କ ସହ ଚାଟିଂ କରିବାକୁ ଅର୍ଚ୍ଚନା ପୀଡ଼ିତାଙ୍କୁ କହିଥିଲେ । ଏହାପରେ ପୀଡ଼ିତା-ଅକ୍ଷୟଙ୍କ ମିଳାମିଶାକୁ ନେଇ ଅର୍ଚ୍ଚନା ଭିଡିଓ ଶୁଟ୍ କରି ପରେ ବ୍ଲାକମେଲିଂ କରିଥିଲେ ।