ଖୋଲିଲା କେଦାରନାଥ, ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ: ହିମାଳୟରେ ଥିବା କେଦାରନାଥ ଧାମ ଆଜି ଖୋଲା ହେବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଦ୍ରାଭିଷେକ କରାଯାଇଛି। ସକାଳ ୬ଟା ୧୦ରେ ଆଜି କେଦାରନାଥ ଧାମ ଖୋଲା ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ତେବେ ପ୍ରଥମ ଥର ପାଇଁ ବିନା ଭକ୍ତରେ କେଦାରନାଥ ଧାମରେ ପୂଜାର୍ଚ୍ଚନା କରାଯାଇଛି। ଲକଡାଉନ୍ ପାଇଁ ସବୁ ବନ୍ଦ ରହିଛି। କେବଳ ପୂଜକ ଏବଂ ମନ୍ଦିର ପ୍ରଶାସନର କିଛି ଅଧିକାରୀ ଉପସ୍ଥିତ ଥିଲେ। ଏହି ସମୟରେ କିନ୍ତୁ ସାମାଜିକ ଦୂରତ୍ୱକୁ ପାଳନ କରାଯାଇଥିଲା ବୋଲି ମନ୍ଦିର ବୋର୍ଡର ମିଡିଆ ପ୍ରଭାରୀ ହରିଷ ଗୌର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରଥମେ ଭୋର ୩ଟା ସମୟରେ କେଦାରନାଥ ମନ୍ଦିର ଖୋଲା ହୋଇଥିଲା। ଏହି ସମୟରେ ମୁଖ୍ୟ ପୂଜକ ଶିବ ଶଙ୍କର ଲିଙ୍ଗ ସ୍ୱତନ୍ତ୍ର ପୂଜା (ସମାଧି ପୂଜା) କରିଥିଲେ। ଏହାପରେ ସକାଳ ୬ଟାରେ ଦୈନନ୍ଦିନ ପୂଜା ହୋଇଥିଲା।

ତେବେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଯାଇନଥିଲେ ତାଙ୍କ ଦ୍ୱାରା ଏହି ରୁଦ୍ରାଭିଷେକ ହୋଇଥିବା ଜଣାପଡ଼ିଛି।



[ad_2]

Exit mobile version