ଖୁସି ଖବର: ଦେଶରେ କରୋନା ଡବଲିଂ ହାର ୧୨.୬ ଦିନକୁ ବୃଦ୍ଧି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ଦିଗରେ ଭାରତ ବର୍ତ୍ତମାନ ସୁଦ୍ଧା ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ସକ୍ଷମ ହୋଇଛି। ଲକଡାଉନ ଯୋଗୁ ଦେଶରେ ସଂକ୍ରମଣର ବୃଦ୍ଧିହାର ହ୍ରାସ ପାଇବାରେ ଲାଗିଛି। ଏବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହେବା  ପାଇଁ ୧୨.୬ ଦିନ ସମୟ ଲାଗୁଛି। ଗତ ସପ୍ତାହରେ ଏହା ୧୦ ଦିନ ରହିଥିଲା।

ସେହିପରି ଲକଡାଉନ ପୂର୍ବରୁ କରୋନା ଡବଲିଂ ହାର ୩ ଦିନ ଥିଲା। ଏହାର ଅର୍ଥ ଲକଡାଉନ ଯୋଗୁ କରୋନା ସଂକ୍ରମଣକୁ ଅଟକା ଯାଇପାରିଛି। ତଥାପି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ୨୪୧୫ ରହିଛି।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ ବିଶ୍ୱ ତୁଳନାରେ ଭାରତରେ କରୋନା ମୃତ୍ୟୁହାର ଯଥେଷ୍ଟ କମ ରହିଛି। ସରକାରୀ ସୂତ୍ର ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁହାର ମାତ୍ର ୩.୨%। ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ କରୋନା ମୃତ୍ୟୁହାର ୭ରୁ ୭.୫% ରହିଛି। ସେହିପରି ଭାରତରେ ଦିନକୁ ଦିନ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ଭାରତରେ କରୋନା ଆରୋଗ୍ୟ ହାର ଏବେ ୩୨.୮% ରହିଛି।

ବିଶେଷଜ୍ଞଙ୍କ ମତରେ ମୁମ୍ବାଇ, ଅହମଦାବାଦ ଓ ଦିଲ୍ଲୀ ଭଳି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ। ଦେଶରେ ଅନ୍ୟ ପ୍ରାନ୍ତରେ ଯେଉଁଭଳି କଣ୍ଟେନମେଣ୍ଟ ଓ ଟ୍ରେସିଂ କରାଯାଉଛି, ଏଠାରେ ମଧ୍ୟ ସେଭଳି ପଦକ୍ଷେପକୁ ନେଇ ସଂକ୍ରମଣକୁ ରୋକିବାକୁ ପଡ଼ିବ।

[ad_2]
Exit mobile version