ରାଜ୍ୟ

‘ଖୁବ୍‌ ଶୀଘ୍ର ଗ୍ରୀନ ଜୋନ୍‌ରେ ଗଡ଼ିବ ବସ୍‌’

ଭୁବନେଶ୍ୱର(ସତ୍ୟଶିଖା): ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିବା ନେଇ ସମ୍ଭାବନା ଦେଖାଦେଇଛି। ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଗ୍ରୀନ ଜୋନରେ ବସ ଚାଲିବା ନେଇ ବ୍ୟବସ୍ଥା ହେଉଛି। ଉଭୟ ଘରୋଇ ଓ ଅନ୍ୟାନ୍ୟ ବସ୍‌କୁ କଣ ସୁବିଧା ଦେଇ ହେବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ୍‌ ଯାଇଛି।  ଅନୁମୋଦନ ପରେ ବସ୍‌ ଚାଲିବ।

ଆହୁରି ପଢ଼ନ୍ତୁ

୫୦% ଯାତ୍ରୀଙ୍କୁ ନେଇ ବସ୍ ଚାଲିଲେ କ୍ଷତି ହେବ ବୋଲି କୁହାଯାଉଛି । ହେଲେ ଏପରି କ୍ଷେତ୍ରରେ ବସ୍‌ ମାଲିକମାନଙ୍କ ପାଇଁ କଣ ସୁବିଧା କରିହେବ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଥାଉ କି, ଗ୍ରୀନ୍‌ ଜୋନ୍‌ରେ ଅନେକ କଟକଣା କୋହଳ ହୋଇଥିଲେ ବି ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ କେନ୍ଦ୍ରର ଗାଇଡ୍‌ଲାଇନ୍‌ ଅନୁସାରେ ୫୦ ପ୍ରତିଶତ ଯାତ୍ରୀ ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିଷେଧ କରିଛନ୍ତି।

[ad_2]
Show More
Back to top button