ରାଜ୍ୟ

ଖୁବ୍‌ଶୀଘ୍ର ମ୍ୟାଟ୍ରିକ୍‌ ଖାତା ଦେଖା ଆରମ୍ଭ ହେବ, ବଢିବ ମୂଲ୍ୟାୟନ କେନ୍ଦ୍ର

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କରୋନା ପାଇଁ ଲକ୍‌ଡାଉନ  ଚାଲିଥିବା ଯୋଗୁ  ଦୀର୍ଘ ଦିନ ହେବ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହୋଇ ପାରୁନଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ତେବେ ଆଜି ରାଜ୍ୟ ସରକାର ଦେଇଛନ୍ତି ଖୁସି ଖବର। ଖୁବଶୀଘ୍ର ଖାତା ଦେଖା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ। ତେବେ ଲକ୍‌ଡାଉନ୍‌ ଭିତରେ ନା ପରେ ଖାତାଦେଖା ଆରମ୍ଭ ହେବ ସେନେଇ କୌଣସି ସୂଚନା ସେ ଦେଇନାହାନ୍ତି।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି ଯେ, ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ ବେଳେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ଏପରିକି ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ବଢିବ। ଖାତା ମୂଲ୍ୟାଙ୍କନକାରୀଙ୍କ ସଂଖ୍ୟା ମଧ୍ୟ ବଢାଯିବ।” 

ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ୱେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତାଦେଖିବା ଲାଗି ଡକାଯିବ। ଖାତାଦେଖା ଦେଖା ସରିବାର ୪୫ ଦିନ ଭିତରେ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି।

 

[ad_2]
Show More
Back to top button