ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୩୫ କରୋନା ପଜିଟିଭ୍ ଚିହ୍ନଟ, ୨ ମୃତ

ସତ୍ୟଶିଖା ( ଭୁବନେଶ୍ୱର ) ୨୫ /୧୧ /୨୦୨୧: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ଖୋର୍ଦ୍ଧା ଜିଲାର । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୯୭ ଓ ସ୍ଥାନୀୟ ସଂକ୍ରମିତ ୧୩୮ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୪୭ ଜଣ ଥିବା ଜଣାଯାଇଛି । ଅନୁଗୁଳରେ ୧, ବାଲେଶ୍ୱର ୧୩, ବରଗଡ ୩, ଭଦ୍ରକ ୩, ବଉଦ ୨, କଟକ ୨୧, ଦେବଗଡ ୧, ଢେଙ୍କାନାଳ ୩ ଓ ଜଗତସିଂହପୁର ଜିଲାରେ ୬ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ୧୦, ଝାରସୁଗୁଡା ୫, କେନ୍ଦ୍ରାପଡା ୮, କେନ୍ଦୁଝର ୩, ଖୋର୍ଦ୍ଧା ୧୪୧, ମୟୁରଭଞ୍ଜ ୧୨, ନୟାଗଡରେ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ପୁରୀ ୬, ରାୟଗଡା ୧, ସମ୍ବଲପୁର ୫୧, ସୋନପୁର ୧, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୩୪ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୧୫୧ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୪୦୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

Show More
Back to top button