ରାଜ୍ୟ
ଖବର ମିଳିଲା, ବନ୍ଧା ହେଲେ | Satyasikha


ଖୋର୍ଦ୍ଧା (ବଳରାମ ଲେଙ୍କା): ଲକ୍ଡାଉନ୍ ପାଇଁ ସବୁ ବନ୍ଦ ଥିବା ବେଳେ ଜୋରସୋରରେ ଚାଲିଛି ନିଶା କାରବାର। ଆଖିରେ ଧୂଳି ଦେଇ ନିଶା କାରବାର କରୁଛନ୍ତି ନିଶା ବେପାରୀ। ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି। ବୋଲଗଡ଼ ଥାନା ଅନ୍ତର୍ଗତ ଅସରନ୍ଦା ଗାଁରୁ ଆଜି ୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏହାସହ ଗୋଟିଏ କାର୍ ଓ ୨ ଲକ୍ଷ ୬ ହଜାର ଟଙ୍କା ଜବତ କରାଯାଇଛି।
ଆହୁରି ପଢ଼ନ୍ତୁ
ମିଳିଥିବା ସୂଚନା ଅନୁସାରେ, ଅସରନ୍ଦା ଗାଁରେ ଗଞ୍ଜେଇ କାରବାର ଚାଲିଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଉ ଆଜି ସକାଳେ ଗାଁରେ ଚଢ଼ଉ କରିଥିଲା।
ସୂଚନାଯୋଗ୍ୟ, କିଛିଦିନ ତଳେ ବେଗୁନିଆ ଅଞ୍ଚଳରୁ ମଦ କାରଖାନା ଠାବ କରାଯାଇଥିଲା । ସେଠାରୁ ମଦ ତିଆରି ସାମଗ୍ରୀ, ୧୭ ଲକ୍ଷ ଟଙ୍କା ଓ ଏକ କାର ଜବତ କରାଯାଇଥିଲା।