ରାଜ୍ୟ

କ୍ୱାରେଣ୍ଟାଇନ ସେଣ୍ଟର ଜଗୁଆଳିଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଅକଂରିଆପଦର ଗାଁ କ୍ୱାରେଣ୍ଟାଇନ ସେଣ୍ଟରର ରାତ୍ର ଜଗୁଆଳିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ରାଘବ ବାଗ୍। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ କ୍ୱାରେଣ୍ଟାଇନ ସେଣ୍ଟରକୁ ଜଗିବା ପାଇଁ ରାଘବ ଯାଉଥିଲେ। ଏହି ସମୟରେ ପ୍ରାୟ ୪ରୁ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କୁ କାଠ ଫାଳିଆ ଓ ବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଆହୁରି ପଢ଼ନ୍ତୁ

ତାଙ୍କ ମୁଣ୍ଡରେ ୨୮ଟି ଷ୍ଟିଚ୍‌ ପଡ଼ିଛି। ପୂର୍ବ ଶତ୍ରୁତା କେନ୍ଦ୍ର କରି ରାଘବଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ପୁଇଁନ୍ତଳା ପୁଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

[ad_2]
Show More
Back to top button