କ୍ୱାରେଣ୍ଟାଇନ ସେଣ୍ଟରରେ ମଦ ନ ମିଳିବାରୁ ଯୁବତୀଙ୍କ ଡ୍ୟାନ୍ସ, ପୁଲିସ୍‌ ରୁଜୁ କଲା ମାମଲା

ମୋରଦାବାଦ: କରୋନା ପାଇଁ ଏବେ ଚାରିଆଡ଼େ ହାହାକାର ପରିସ୍ଥିତି। ହେଲେ ଉତ୍ତର ପ୍ରଦେଶର ମୋରଦାବାଦ ସ୍ଥିତି କ୍ୱାରେଣ୍ଟାଇନ ସେଣ୍ଟରରୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ନିକଟରେ ମୁମ୍ବାଇରୁ ଫେରିଥିବା କିଛି ବାର ଡ୍ୟାନ୍ସରଙ୍କୁ ଏଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା।

ତେବେ କ୍ୱାରେଣ୍ଟାଇନ ସେଣ୍ଟରେ ମୁମ୍ବାଇ ଫେରନ୍ତା ଯୁବତୀମାନେ ମଦ ମାଗି ନିରାଶ ହେବାରୁ ଏହା ପ୍ରତିବାଦରେ ଦମଦାର ଡ୍ୟାନ୍ସ କରିଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ୬ ଜଣ ଡ୍ୟାନ୍ସରଙ୍କ ନାଁରେ ଏଫଆଇଆର ରୁଜୁ କରିଛି।

ସୂଚନା ଅନୁଯାୟୀ, ସଙ୍ଗରୋଧ କେନ୍ଦ୍ରରେ ଥିବା ବାର ଡ୍ୟାନ୍ସର ଯୁବତୀମାନେ ବିୟର ପିଇବାକୁ ମାଗିଥିଲେ। ହେଲେ ସେମାନଙ୍କ କଥାକୁ କେହି ବି ଶୁଣି ନଥିଲେ। ଏହାର ପ୍ରତିବାଦରେ ସେମାନେ ସଙ୍ଗରୋଧ କେନ୍ଦ୍ରରେ ନାଚିବା ଆରମ୍ଭ କରିଦେଇଥିଲେ। ସେମାନଙ୍କୁ ତାଙ୍କ ପୁରୁଷ ସହଯୋଗୀମାନେ ସହାୟତା କରିଥିଲେ।

ଆହୁରି ପଢ଼ନ୍ତୁ

ଜଣେ ସ୍ୱାସ୍ଥ୍ୟକର୍ମୀ କହିଛନ୍ତି, ସେମାନେ ଆମକୁ ବିୟର ପିଇବାକୁ ମାଗିଥିଲେ ହେଁ ଆମେ ଏହାକୁ ମନା କରିଥିଲୁ। ଏହାପରେ ସଙ୍ଗରୋଧ କେନ୍ଦ୍ରରେ ଥିବା ପୁଲିସ୍‌ କର୍ମଚାରୀ ଓ ଆମ ମାନଙ୍କୁ ଚିଡ଼ାଇବା ପାଇଁ ସେମାନେ କରିଡରରେ ନାଚିବା ଆରମ୍ଭ କରିଦେଇଥିଲେ।

ଏଥିସହ ସେମାନେ ଆମକୁ ନିଜ ନିଜ ଘରକୁ ଯିବାକୁ ଅନୁମତି ମାଗିଥିଲେ। ହେଲେ ନିୟମ ଅନୁସାରେ ଏହା ସମ୍ଭବ ନୁହେଁ ବୋଲି ଆମେ କହିଥିଲୁ। ଏହା ବିରୋଧରେ ସେମାନେ ଆମ ଆଗରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏପରି କରି ସେମାନେ ସଙ୍ଗରୋଧ କେନ୍ଦ୍ରର ନିୟମକୁ ଉଲ୍ଲଙ୍ଘନ କରିଥିବା ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ କହିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ବିଭିନ୍ନ ଦଫାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

୫ ଦିନ ତଳେ ମୁମ୍ବାଇରୁ ୭୨ ଜଣ ଉତ୍ତର ପ୍ରଦେଶର ମୋରଦାବାଦକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ କରୋନାରେ ଆକ୍ରାନ୍ତ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏବେ ଏହି ବାର ଡ୍ୟାନ୍ସରଙ୍କ ସହ ଅନ୍ୟମାନଙ୍କୁ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି।

[ad_2]
Exit mobile version