ରାଜନୀତି

କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା: ସରକାରଙ୍କୁ ଘେରିଲେ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥାର ଅଭିଯୋଗ ଆଣି ଉଭୟ କଂଗ୍ରେସ ଓ ବିଜେପି ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି କେନ୍ଦ୍ର ଓ ରାଜ୍ୟରେ ‘ଥ୍ରୀ-ପି’ର ସରକାର ଚାଲିଛି ବୋଲି କହିଥିବାବେଳେ କ୍ୱାରେଣ୍ଟାଇନ କେନ୍ଦ୍ରର ସଠିକ୍ ପରିଚାଳନା ନହେଲେ ରାଜ୍ୟ ସରକାରଙ୍କୁ ବିରୋଧ କରିବାକୁ ବିଜେପି ପଛାଇବ ନାହିଁ ବୋଲି ଚେତାବନୀ ଦେଇଛି।

ଆଜି ‘ସ୍ୱିକ୍ ଅପ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ କରୋନା ଯୁଦ୍ଧବେଳେ ଏହି ଦୁଇ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଛନ୍ତି। ନିର୍ବାଚନ ସ୍ୱପ୍ନ ନଦେଖି ରାଜ୍ୟବାସୀଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସିବା ଉଚିତ୍। ରାଜ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକର ଅବ୍ୟବସ୍ଥା କହିଲେ ନସରେ। ଇଏ ୭ଲକ୍ଷ ବେଡ୍ ଅଛି ବୋଲି କହୁଛନ୍ତି, ୩ଲକ୍ଷ ଲୋକ ଆସିଛନ୍ତି ଓ ଲକ୍ଷେ ପଳାଇଲେଣି। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ‘ଥ୍ରୀ-ପି’ର ସରକାର ଅର୍ଥାତ୍ ପ୍ରତିଶ୍ରୁତି,ପ୍ରଚାର ଓ ପ୍ରତାରଣାର ସରକାର ଚାଲିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ସେହିପରି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅର୍ଥକୁ ନେଇ ଦୁର୍ନୀତିକୁ ପ୍ରଶୟ ଦେଲେ ବିରୋଧ କରାଯିବ। କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବା-ଖାଇବା ଓ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି। ଅନିୟମିତତାକୁ ଧରିବାକୁ ସବୁ ପଞ୍ଚାୟତରେ ଆରଟିଆଇ ପ୍ରମୁଖଙ୍କୁ ବିଜେପି ନିଯୁକ୍ତି କରିବ। କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକ ସୁସ୍ଥ ବାତାବରଣରେ ଚାଲୁନି। ପ୍ରବାସୀଙ୍କ ପରୀକ୍ଷା ହେଉନି। ଟେଷ୍ଟ ନକରି ଛାଡ଼ିବା ଅର୍ଥ ଗାଁରେ ସଂକ୍ରମଣକୁ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରିବା। ଏବେ ରାଜ୍ୟ ସରକାରଙ୍କୁ ବିଜେପି ଅନୁରୋଧ କରୁଛି। ଯଦି ଠିକ୍ ଭାବେ ପରିଚାଳନା ନକରିବେ ତା’ହେଲେ ବିରୋଧ କରାଯିବ। ସେହିପରି କଂଗ୍ରେସର ସ୍ପିକ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମାଲୋଚନା କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ କଥାରେ ତାଳମେଳ ନଥାଏ। କଂଗ୍ରେସର ଜେନେଟିକ୍ ଫ୍ୟାକ୍ଟର ହେଉଛି ଅରାଜକତା। ଏବେ ସେ ଅରାଜକତା ସୃଷ୍ଟି ପାଇଁ ଚେଷ୍ଟା କରୁଛନ୍ତି।

ଅନ୍ୟପକ୍ଷରେ ବିଜେଡି ରାଜ୍ୟସଭା ସାଂସଦ ସୁବାସ ସିଂ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ଏହି କରୋନା ମହାମାରୀରେ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର ମୁକାବିଲା କରୁଛନ୍ତି। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଖାଦ୍ୟ ଓ ରୋଜଗାରର ବ୍ୟବସ୍ଥା କରିଛି। ମୁଖ୍ୟମନ୍ତ୍ରୀ ଏହାକୁ ନିର୍ବାଚନ କଥା ଭାବିନାହାନ୍ତି। ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଞ୍ଜିଂ ରହିବ ଓ ଏପରି ସ୍ଥିତିରେ ରାଜନୀତିକ ତର୍କ କରାନଯାଉ ବୋଲି ସେ ଉଭୟ ବିଜେପି ଓ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି।

[ad_2]
Show More
Back to top button