ରାୟପୁର: କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରରେ ମନ୍ତ୍ରୀ ଥିବା ରେଣୁକା ସିଂହ ଆଜି ଛତିଶଗଡ଼ର ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ସର୍ବସମ୍ମୁଖରେ ଦାଦାଗିରି ଦେଖାଇଛନ୍ତି। ସେ କ୍ୱାରେଣ୍ଟାଇନ ସେଣ୍ଟରରେ ଅଧିକାରୀମାନଙ୍କୁ ଅନ୍ଧାର ଘରେ ପୂରାଇ ବେଲଟ୍ରେ ପିଟିବା କଳା ମଧ୍ୟ ଶିଖିଥିବର ଧମକ ଦେଇଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ରେଣୁକା ସିଂହଙ୍କ ଏହି ଧମକପୂର୍ଣ୍ଣ ଦୃଶ୍ୟଟି କ୍ୟାମେରାରେ କଏଦ ହୋଇଛନ୍ତି।
ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରେଣୁକା ସିଂହ ବଳରାମପୁର ସ୍ଥିତି କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚିଥିଲେ। ଏଠାରେ ସେ ଅଧିକାରୀମାନଙ୍କୁ ଧମକ ଦେଇ କହିଥିଲେ ଯେ “ଦାଦାଗିରି ଏଠାରେ ଚଳିବ ନାହିଁ। ଆମ ସରକାର ଏଠାରେ କ୍ଷମତାରେ ନାହିଁ ବୋଲି କେହି ବି ଭୁଲରେ ଭାବନ୍ତୁ ନାହିଁ।
ଆମେ ଏଠାରେ ୧୫ ବର୍ଷ ଶାସନ କରିଛୁ। କରୋନା ଭାଇରସ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ରହିଛି। ଟଙ୍କା ଚାହୁଁଥିବା ଲୋକଙ୍କୁ ନିଶ୍ଚିତ ଭାବେ ପାଣ୍ଠି ଯୋଗାଇ ଦିଆଯିବ। ଆପଣମାନେ କେବେ ହେଲେ ଭାବନ୍ତୁ ନାହିଁ ଯେ ଗେରୁଆ ରଙ୍ଗ ପରିନ୍ଧାନ କରିଥିବା ବିଜେପି କର୍ମମାନେ ଦୁର୍ବଳ ନୁହନ୍ତି। ଅନ୍ଧାର କୋଠରୀ ନେଇ ବେଲଟ୍ ଖୋଲି ପଟିବା କଥା ମୁଁ ବେଶ ଭଲ ଭାବେ ଜାଣିଛି।”
ଆହୁରି ପଢ଼ନ୍ତୁ
‘अंधेरी कोठरी में ले जाकर बेल्ट खोलकर ठोकना जानती हूं मैं’ – @renukasinghbjp
ये कोई लेडी माफिया नही है बल्कि भारत सरकार में केंद्रीय मंत्री है जो छत्तीसगढ़ के क्वारन्टीन सेंटर में अधिकारियों को ‘ठोकने’ की धमकी दे रही है ।
मंत्री महोदया ये ‘कोठरी’ कहा है ? pic.twitter.com/g23fU7aCdl
— Srinivas B V (@srinivasiyc) May 25, 2020
ବଳରାମ ପୁର ଜିଲ୍ଲାରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଦିଲୀପ ଗୁପ୍ତା ନାମକ ଜଣେ ବ୍ୟକ୍ତି ଏଠାରେ ନିମ୍ନମାନର ଖାଦ୍ୟ ଓ ଅସ୍ୱାସ୍ଥ୍ୟକର ପରିବେଶ ସମ୍ପର୍କରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ସେ ଏକ ଭିଡିଓ ମଧ୍ୟ ଜାରି କରିଥିଲେ।
ଏହାକୁ ନେଇ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତହସିଲଦାର ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ। ମନ୍ତ୍ରୀ ରେଣୁକା କେନ୍ଦ୍ରକୁ ଯାଇ ସେଠାରେ ଦିଲୀପଙ୍କ ସହ କଥା ହୋଇଥିଲେ। ଏହାପରେ ସର୍ବସମ୍ମୁଖରେ କ୍ଷମତାରେ ଥିବାରୁ ଅଧିକାରୀମାନଙ୍କୁ ଜୋରଦାର ଓ ଖୋଲା ଧମକ ଦେଇଥିଲେ।
[ad_2]