କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଛି କବାଡି ଖେଳ

ଆସିକା(ମନୋଜ ମୁନି): କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀ ଓଡ଼ିଆମାନେ ଯୋଗ, ଧ୍ୟାନ, ବ୍ୟାୟାମ କରିବା ସହ କବାଡି, କ୍ରିକେଟ ଓ ଭଲିବଲ ଖେଳୁଛନ୍ତି। ଏହାବ୍ୟତୀତ ଗଛ ଲଗାଇବା ସହ ପାଣି ଟାଙ୍କିକୁ ସଫା କରୁଛନ୍ତି ଓ ଅବଶିଷ୍ଟ ସମୟରେ ପେପର ପଢ଼ୁଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକାର ଧରାକୋଟ ପଞ୍ଚାୟତରେ ଥିବା ୫ଟି  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ।

ଆହୁରି ପଢ଼ନ୍ତୁ

ଧରାକୋଟ ପଞ୍ଚାୟତର ଶ୍ରୀରାଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜନିବିଲି ଓ ଗଡଦାମୋଦର ପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବଡ଼ଦାଣ୍ଡ ଏବଂ କୋଠରୀ ସହି ପ୍ରାଥମିକ ବିଦ୍ୟାଳୟକୁ ମିଶାଇ ପାଞ୍ଚଟି ସଙ୍ଗରୋଧ କେନ୍ଦ୍ରରେ ୩୦୦ରୁ ଊର୍ଦ୍ଧ ପ୍ରବାସୀ ଓଡ଼ିଆ ରହିଛନ୍ତି। ଏହି ପ୍ରବାସୀ ଓଡ଼ିଆମାନେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବା ବେଳେ ବିଭିନ୍ନ କାମରେ ନିଜକୁ ନିୟୋଜିତ ରଖୁଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

[ad_2]
Exit mobile version