କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଟଳି ପଡ଼ିଲେ ଯୁବକ

ବିନିକା( ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା କ୍ୱାରେଣ୍ଟାଇନ୍‌ ସେଣ୍ଟର ପରିସରରେ ଆଜି ଭୋରରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି  । ମୃତକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା କୋହିଦପୁର ଗାଁର ୨୧ ବର୍ଷୀୟ ଯୁବକ ଗୋକୁଳ ସେଠ୍ । ଗୋକୁଳ ଆଜି ସକାଳେ ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ସେ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

ଗୋକୁଳ ଦୀର୍ଘଦିନ ହେବ ସିଂଘିଯୁବା ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ହେତୁ ନିଜ ଘରକୁ ଫେରି ନ ପାରି ସିଂଘିଯୁବା ବିଦ୍ୟାଳୟର ପୁରୁଣା ବିଲ୍ଡିଂରେ ୮ ଜଣ ଯୁବକ ଏକ ସଙ୍ଗେ ରହୁଥିଲେ I  ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଛି I  ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପାରି ନ ଥିବା ଜଣାଯାଇଛି।

[ad_2]
Exit mobile version