ରାଜ୍ୟ

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପଡ଼ିଲା ବରଣ ମାଳା; ପ୍ରେମ ପକ୍ଷୀ ପାଲଟିଲେ ଜୀବନସାଥୀ

ବଲାଙ୍ଗିର(ସତ୍ୟଶିଖା): କରୋନା ମହାମାରୀ ଯୋଗୁ ସମ୍ପର୍କର ଡୋରି ଦୁର୍ବଳ ହୋଇ ପଡ଼ୁଥିବା ବେଳେ କେଉଁଠି ଗଢ଼ି ଉଠୁଛି ନୂଆ ସମ୍ପର୍କ। ଏହି ମହାମାରୀ ବହୁ ପରିବାରକୁ ଅନ୍ଧକାରକୁ ଠେଲି ଦେଉଥିବା ବେଳେ କେଉଁଠି ଦେଖିବାକୁ ମିଳୁଛି ଆଶାର ନୂଆ କିରଣ। ଏପରିକି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରେମୀ ଯୁଗଳ ସେଠାରୁ ପତିପତ୍ନୀର ମାନ୍ୟତା ନେଇ ନିଜ ନୂଆ ସଂସାରକୁ ଫେରୁଛନ୍ତି। ଏପରି ଏକ ସମ୍ପର୍କର ମୂଳଦୁଆ ପଡ଼ିଛି ବଲାଙ୍ଗିର ଖପ୍ରାଖୋଲ ତେଲେନପାଲି କ୍ୱାରେଣ୍ଟାଇନ୍ ସେଣ୍ଟରରେ।

ଉଭୟଙ୍କ ଘର ବଲାଙ୍ଗିର ଜିଲ୍ଲାରେ ହୋଇଥିବା ବେଳେ ଯୁବତୀଙ୍କର ଘର ଖପ୍ରାଖୋଲ ବ୍ଲକରେ ଓ ଯୁବକଙ୍କ ଘର ତେଲେନପାଲି ଅଞ୍ଚଳରେ । ଦାଦନ ଖଟିବାକୁ ଉଭୟ ଯାଇଥିଲେ ଆନ୍ଧ୍ରପ୍ରଦେଶ ।  ସେଠାରେ ଭାବ ଦିଆନିଆରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ । ହେଲେ ପରିବାର ଲୋକଙ୍କୁ ଜଣାଇବାର ସାହସ ଜୁଟାଇ ପାରି ନ ଥିଲେ।

ଆହୁରି ପଢ଼ନ୍ତୁ

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବା ଭିତରେ ଉଭୟଙ୍କ ମନ କଥା ଜାଣିପାରିଲେ ସରପଞ୍ଚ। ଏହାପରେ ଉଭୟଙ୍କୁ ଜୀବନସାଥୀ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ।  ରୀତିନୀତି ଅନୁଯାୟୀ, କ୍ୱାରେଣ୍ଟାଇନ୍‌ ସେଣ୍ଟର ପରିସରରେ ହେଲା ବାହାଘର। କରୋନା କଟକଣା ଭିତରେ ବରଣମାଳା ପିନ୍ଧାଇ ଜୀବନସାଥୀ ପାଲଟିଲେ ଏହି ପ୍ରେମୀ ଯୁଗଳ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button