ବାଣିଜ୍ୟ
ମାସିକ କାରବାର ୫୦ ଲକ୍ଷ ଟପିଲେ ୧% ଜିଏସ୍ଟି ନଗଦ ରାଶିରେ ଦେବାକୁ ହେବ


ସତ୍ୟଶିଖା (ନୂଆଦିଲ୍ଲୀ) ୨୪ /୧୨/୨୦୨୦ : ଜାଲ୍ ଇନ୍ଭଏସ୍ ସମସ୍ୟାର ସମାଧାନ କରିବା ଲାଗି ଏକ ନୂଆ ନିୟମ ଜାରି କରାଯାଇଛି। ଯେଉଁ ସଂସ୍ଥାଗୁଡ଼ିକର ମାସିକ କାରବାର ପରିମାଣ ୫୦ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଅତିକମ୍ରେ ୧% ଜିଏସ୍ଟି ନଗଦ ରାଶିରେ ପଇଠ କରିବାକୁ କୁହାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ତରଫରୁ ଏନେଇ ଜିଏସ୍ଟି ନିୟମର ଧାରା ୮୬ବିରେ ପରିବର୍ତ୍ତନ ଅଣାଯାଇଛି।