ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆଉ ନାହାନ୍ତି। ରବିବାର ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ତେବେ ସୁଶାନ୍ତଙ୍କ ବିୟୋଗ ତାଙ୍କ ବନ୍ଧୁ ଓ ସାଥୀ କଳାକାରଙ୍କୁ ଅଧିକ ଝଟକା ଦେଇଛି। ୩୪ ବର୍ଷୀୟ ସୁଶାନ୍ତ ନିଜର ଛୋଟିଆ ଫିଲ୍ମ କ୍ୟାରିରରରେ ବେଶ୍ କିଛି ସଫଳତା ମଧ୍ୟ ହାସଲ କରିଥିଲେ। ତେବେ ସୁଶାନ୍ତଙ୍କ ଏହି ସଫଳତା ପଛରେ କ୍ରିକେଟର ଭୂମିକା ଅଧିକ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସୁଶାନ୍ତ କ୍ରିକେଟ୍ ଜରିଆରେ ହିଁ ବଲିଉଡକୁ ଏଣ୍ଟ୍ରି କରିଥିଲେ।
ଆହୁରି ପଢ଼ନ୍ତୁ