ଦେଶ

କ୍ରମାଗତ ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ ତିନି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଉପରେ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ପଟେ ଚିନ୍ତା ବଢ଼ାଉଥିବା ବେଳେ ଆରୋଗ୍ୟ ହାର ମଧ୍ୟ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୧୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏଯାବତ ମୋଟ୍ ୧,୬୯,୭୯୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏବେ ଆରୋଗ୍ୟ ହାର ୫୦ ପ୍ରତିଶତରୁ ବୃଦ୍ଧି ହୋଇ ୫୧.୦୮ ପ୍ରତିଶତ ହୋଇଛି।

ଆହୁରି ପଢ଼ନ୍ତୁ

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦେଶରେ କରୋନା ପରୀକ୍ଷାଗାର ସଂଖ୍ୟା ବଢ଼ିଛି। ଦେଶରେ ସରକାରୀ ଲ୍ୟାବ ସଂଖ୍ୟା ୬୫୩କୁ ବୃଦ୍ଧି ପାଇଥିବା ବେଳେ ଘରୋଇ ଲ୍ୟାବ ସଂଖ୍ୟା ମଧ୍ୟ ୨୪୮ରେ ପହଞ୍ଚିଛି। ଦେଶରେ ମୋଟ୍ ୯୦୧ କରୋନା ପରୀକ୍ଷାଗାର ଏବେ ରହିଛି।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୩ ଲକ୍ଷ ୩୨ ହଜାର ୪୨୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୧୧୫୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୩୨୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଦେଶରେ ୧ ଲକ୍ଷ ୫୩ ହଜାର ୧୦୬ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ରହିଛନ୍ତି। ଏଯାବତ କରୋନାରେ ୯ ହଜାର ୫୨୦ ରୋଗୀଙ୍କର ମୃତ୍ୟୁ ଘଟିଛି।

[ad_2]
Show More
Back to top button