ରାଜ୍ୟ
କୋହଳ ହେଲା ଶଟ୍ଡାଉନ୍ ନିୟମ | Satyasikha


ଭୁବନେଶ୍ୱର (ସତ୍ୟଶିଖା): କରୋନା ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଜୁନ୍ମାସର ପ୍ରତି ଶନିବାର ଓ ରବିବାରକୁ ଶଟ୍ଡାଉନ୍ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଆଜି କେତେକ କଟକଣାକୁ କୋହଳ କରିଛନ୍ତି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି)ଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଆହୁରି ପଢ଼ନ୍ତୁ
- ଶଟଡାଉନ୍ ସମୟରେ ଯେକୌଣସି ବ୍ୟକ୍ତି ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିପାରିବେ। ସେହିଭଳି ଏଟିଏମ୍ ଖୋଲାରହିବ ଏବଂ ଆରବିଆଇ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଅନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ହେବ।
- ବିମାନ ସେବା ଅବ୍ୟାହତ ରହିବ। ରେଳଷ୍ଟେସନ,ବସ୍ ଟର୍ମିନାଲ ଓ ଏଗୁଡ଼ିକ ସହିତ ଜଡ଼ିତ କାର୍ଯ୍ୟାଳୟ ଗୁଡ଼ିକ ଖୋଲା ରହିବ। ଯାତ୍ରୀମାନେ ସେଠାରୁ ୟାତାୟତ କରିପାରିବେ।
- ସେହିପରି ସଂପୃକ୍ତ କାର୍ଯ୍ୟାଳୟ ସହିତ ଜଡ଼ିତ କର୍ମଚାରୀମାନେ ଯା’ଆସ କରିପାରିବେ। ରେଷ୍ଟୁରାଣ୍ଟ ଗୁଡ଼ିକ ଖାଦ୍ୟ ହୋମ ଡେଲିଭରି କରିପାରିବେ। ଜୋମାଟୋ ଓ ସ୍ୱିଗି ଭଳି ସଂସ୍ଥା ମଧ୍ୟ ଖାଦ୍ୟ ହୋମ ଡେଲିଭରି କରିପାରିବେ।
- ଖବରକାଗଜ ହକରମାନେ ସକାଳ ୫ଟାରୁ ୮ଟା ଭିତରେ ପେପର ବଣ୍ଟା କାର୍ଯ୍ୟ ଶେଷ କରିବେ।
- ଏଲ୍ପିଜି ବିତରଣ,ରୋଷେଇ ଗ୍ୟାସର ହୋମଡେଲିଭରି ଓ ଏସବୁ ସହିତ ଜଡ଼ିତ କାର୍ଯ୍ୟ ଜାରି ରହିବ। ଏହିସବୁ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଗାଡ଼ି ପାଇଁ କୌଣସି କଟକଣା ନାହିଁ।
ସୂଚନାଯୋଗ୍ୟ,ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ଜୁନ୍ମାସରେ ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ ନିୟମ ଲାଗୁହେବ।