କୋଭିଡ୍‌-୧୯: ସହାୟତାର ହାତ ବଢ଼ାଇଲା ଏହି ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍

ନୂଆଦିଲ୍ଲୀ: ପୂରା ବିଶ୍ୱକୁ ଚିନ୍ତିତ କରିଥିବା କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ସନରାଇଜର୍ସ ହାଇଦ୍ରାବାସ ଆଗକୁ ଆସିଛି। ସନରାଇଜର୍ସ ହାଇଦ୍ରବାଦର ମାଲିକାନାସତ୍ୱ ସନ୍ ଟିଭି ଗୁରୁବାର କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୧୦ କୋଟି ଟଙ୍କାର ଦାନ କରିବାକୁ ଘୋଷଣା କରିଛି। ତେବେ ଏହି ଅର୍ଥରାଶି ହାଇଦ୍ରାବାଦ ରାଜ୍ୟ ସରକାର ନା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ, ତାହା ଜଣା ପଡ଼ିନାହିଁ।

ଆହୁରି ପଢ଼ନ୍ତୁ

ସନରାଇଜର୍ସ ହାଇଦ୍ରାବାଦ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଟ୍ୱିଟ୍ କରି କହିଛି ଯେ କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ସନ୍ ଟିଭି ଗ୍ରୁପ୍ ୧୦ କୋଟି ଟଙ୍କା ଦାନ କରିବ। ହାଇଦ୍ରାବାଦର ଏହି ସହାୟତାକୁ ଖୁବ୍ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର୍ ଡେଭିଡ୍ ୱାର୍ଣ୍ଣର। ଆଇପିଏଲ୍ ହାଇଦ୍ରାବାଦ ଟିମ୍ ପକ୍ଷରୁ ଖେଳୁଥିବା ୱାର୍ଣ୍ଣର୍ ଟ୍ୱିଟ୍ କରି କହିଛନ୍ତ, ବାସ୍ତବରେ ଏହା କେବେ ବଡ଼ ପଦକ୍ଷେପ। ସନ୍ ଟିଭିକୁ ବହୁତ ଧନ୍ୟବାଦ। କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ କରୁଥିବା ଲୋକଙ୍କ ସମର୍ଥନରେ ୱାର୍ଣ୍ଣର ନିଜକୁ ଲଣ୍ଡା କରିଛନ୍ତି।

ସୂଚନାଯୋଗ୍ୟ, ଭାରତର ଅନେକ କ୍ରିକେଟର୍ କରୋନା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି, ଲିଟିଲ୍ ମାଷ୍ଟର୍ ସୁନୀଲ ଗାଭାସ୍କର, ରୋହିତ୍ ଶର୍ମା, ଚେତେଶ୍ୱର ପୂଜାରା, ସୁରେଶ ରାଇନା, ଯୁବରାଜ ସିଂହ ଓ ହରଭଜନ ସିଂହ ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରିଛନ୍ତି।



[ad_2]

Exit mobile version