କୋଭିଡ୍‌-୧୯: ପୁଣି ସହାୟତାର ହାତ ବଢ଼ାଇଲେ ମାଷ୍ଟର୍ ବ୍ଲାଷ୍ଟର

ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର। ପୂର୍ବରୁ ୫୦ଲକ୍ଷ ଟଙ୍କାର ସହାୟତାର ପ୍ରଦାନ କରିଥିବା ସଚିନ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସଚିନ ଏବେ ଗୋଟିଏ ମାସରେ ୫ହଜାର ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏକ ଅଣ ସରକାରୀ ସଂଗଠନ (ଏନଜିଓ) ଅପନାଳୟ ଏ ସମ୍ବନ୍ଧରେ ଟ୍ୱିଟ୍ କରି ସୂଚନା ଦେଇଛି। ଏହି ସଂଗଠନ ସଚିନଙ୍କୁ ଧନ୍ୟବାଦ ଜଣାଇ ଲେଖିଛି, ସଚିନ ତେନ୍ଦୁଲକରଙ୍କ ସହାୟତା ପାଇଁ ଧନ୍ୟବାଦ। ଏହି ଲକଡାଉନ୍ ସମୟରେ “ଅପନାଳୟ” ସର୍ବାଧିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ସହାୟତା କରୁଛି। ସଚିନ ଗୋଟିଏ ମାସରେ ପ୍ରାୟ ୫ହଜାର ଲୋକଙ୍କର ଗ୍ରୋସରୀର ଦାୟିତ୍ୱ ବହନ କରିଛନ୍ତି।

ଆହୁରି ପଢ଼ନ୍ତୁ

ଜବାବରେ ସଚିନ କହିଛନ୍ତି, ଅପନାଳୟକୁ ବହୁତ ବହୁତ ଶୁଭକାମନା ଏବଂ ଗରିବଙ୍କ ପାଇଁ ନିଜର କାମ ଜାରି ରଖନ୍ତୁ। ଏହା ପୂର୍ବରୁ ସଚିନ ଉଭୟ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୫ଲକ୍ଷ ଟଙ୍କା ଲେଖାଏ ଦାନ କରିଥିଲେ। ସଚିନଙ୍କ ବ୍ୟତୀତ ଆଉ କ୍ରିକେଟର୍ ମଧ୍ୟ ଏଭଳି ସଙ୍କଟ ସମୟରେ ସରକାରଙ୍କୁ ସହାୟତା କରିଛନ୍ତି। ଏହି କ୍ରିକେଟରଙ୍କ ମଧ୍ୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସୁରେଶ ରାଇନା, ରୋହିତ୍ ଶର୍ମା, ଅନୀଲ କୁମ୍ବଲେ, ଯୁବରାଜ ସିଂହ ଓ ହରଭଜନ ସିଂହ ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତାର ହାତ ବଢ଼ାଇଛନ୍ତି।



[ad_2]

Exit mobile version