

ସତ୍ୟଶିଖା( ନୂଆଦିଲ୍ଲୀ )୨୮.୦୨.୨୦୨୨ : ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆସିଛି ଆଶ୍ବସ୍ତୀକର ଖବର । ଯୁଦ୍ଧ ରୋକିବା ଏବଂ ଲାଗି ରହିଥିବା ବିବାଦକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ବେଲାରୁସ ସୀମାରେ ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । ଏହି ଆଲୋଚନା ମାଧ୍ୟମରେ କିଛି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି । ପୂର୍ବରୁ ଋଷ ପ୍ରଥମେ ୟୁକ୍ରେନ୍ ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଦାବି କରିଥିଲେ ରାଷ୍ଟ୍ରପତି ଜେଲେଂସ୍କି ।