କ୍ଷୀରରେ ଘିଅ ମିଶାଇ ସେବନ କଲେ ଦୂର ହୋଇଥାଏ ଅନେକ ସମସ୍ୟା l


ସତ୍ୟଶିଖା ( ଭୁବନେଶ୍ୱର ) ୨୩/୧୦/୨୦୨୦ : କ୍ଷୀରରେ ଘିଅ ମିଶାଇ ସେବନ କଲେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ । କ୍ଷୀରରେ ଘିଅ ମିଶାଇ ପିଇବା ପ୍ରଚଳନ ବହୁତ ପୁରୁଣା। ବିଶେଷକରି ଗଣ୍ଠି ଯନ୍ତ୍ରଣା ଓ ପେଟ ଯନ୍ତ୍ରଣାରେ ପୀଡିତ ଲୋକଙ୍କ ସମସ୍ୟା ଦୂର ହୋଇଥାଏ । ଗୁଆ ଘିଅରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି । ଏହାସହ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ମଧ୍ୟ ରହିଛି ।
ଯଦି ସବୁବେଳେ ଥକାପଣ ଅନୁଭୂତ ହୁଏ କିମ୍ବା ଛୋଟରୁ ଛୋଟ କାମ କଲେ ବି ହାଲିଆ ହେଉଯାଉଥାନ୍ତି ତାହେଲେ କ୍ଷୀରରେ ଘିଅ ମିଶାଇ ସେବନ କଲେ ଥକାପଣ ଦୂର ହୋଇଥାଏ । ଏହାଦ୍ୱାରା ଶରୀରରେ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ସେଥିପାଇଁ ପ୍ରତିଦିନ କ୍ଷୀରରେ ଶୁଦ୍ଧ ଗୁଆ ଘିଅ ମିଶାଇ ସେବନ କରିବା ଉଚିତ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କ୍ଷୀରରେ ଘିଅ ମିଶାଇ ସେବନ କଲେ ପାଚନ ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଏହାର ସେବନ ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ତ ଏଞ୍ଜାଇମରୁ ସ୍ରୋତ ବଢିଥାଏ ଯାହାଫଳରେ ପାଚନ ମଜବୁତ ହୋଇଥାଏ । କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏହାଠାରୁ ଭଲ ଆୟୁର୍ବେଦିକ ଔଷଧ ଆଉ କିଛି ହୋଇପାରିବ ନାହିଁ । ଏହାଦ୍ୱାରା ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ଗଣ୍ଠି ସମସ୍ୟା ପାଇଁ କ୍ଷୀର ଓ ଘିଅ ସବୁଠାରୁ ଭଲ ଔଷଧ । ଏହାଦ୍ୱାରା ମାଂସପେଶୀ ଓ ହାଡ ମଧ୍ୟ ମଜବୁତ ହୋଇଥାଏ । ନିୟମିତ କ୍ଷୀରରେ ଘିଅ ମିଶାଇ ସେବନ କଲେ ଲାଭ ମିଳିଥାଏ । ଶୀତ ଋତୁରେ ଏହା ଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ।
କ୍ଷୀରରେ ଘିଅ ମିଶାଇ ସେବନ କଲେ ମେଟାବୋଲିଜିମ ମଧ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ । ଏହାଦ୍ୱାରା ଶରୀର ଡିଟକ୍ସ ମଧ୍ୟ ହୋଇଥାଏ । ଏହାର ସେବନ ଦ୍ୱାରା ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ମୂତ୍ର ଜରିଆରେ ବାହାରି ଯାଇଥାଏ । ରାତିରେ ଶୋଇବା ପୂର୍ବରୁ କ୍ଷୀର ଓ ଘିଅ ସେବନ କରିବା ଉଚିତ ।
ଘିଅରେ ଅନେକ ଆଣ୍ଟି ଅକ୍ସିଡେଣ୍ଟ ତତ୍ୱ ଥିବାରୁ ଏହାର ସେବନ ଦ୍ୱାରା ଶରୀର ହାଲୁକା ଅନୁଭୂତ ହୋଇଥାଏ । ଯାହାଫଳରେ ମାନସିକ ଥକାପଣ ଦୂର ହୋଇଥାଏ । ଏହା କ୍ୟାନସରରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ । ଯେଉଁମାନେ ପ୍ରତିଦିନ ଏହା ସେବନ କରନ୍ତି ସେମାନଙ୍କୁ କ୍ୟାନସର ହେବା ଆଶଙ୍କା କମ ଥାଏ ।
କ୍ଷୀରରେ ଘିଅ ମିଶାଇ ସେବନ କଲେ ତ୍ୱଚା ମଧ୍ୟ ସଫା ହୋଇଥାଏ । ଏହାର ନିୟମିତ ସେବନ ଦ୍ୱାରା ତ୍ୱଚାର କୁଞ୍ଚନ ଓ ଦାଗ ଦୂର ହୋଇଥାଏ । ତେବେ ଗାଈ କ୍ଷୀର ଓ ଗାଈ ଘିଅ ହିଁ ନିୟମିତ ସେବନ ଦ୍ୱାରା ଶାରୀରିକ ଲାଭ ମିଳିଥାଏ ।