କୋଟାରୁ ରାଉରକେଲା ବାହାରିଲେ ୧୧୬ ଛାତ୍ରଛାତ୍ରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଜସ୍ଥାନର କୋଟାକୁ ପାଠ ପଢିବାକୁ ଯାଇଥିବା ରାଉରକେଲାର ୧୧୬ଜଣ ଛାତ୍ରଛାତ୍ରୀ ଗୁରୁବାର ବସ୍‌ ଯୋଗେ କୋଟାରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି । କୋଟାର ଲ୍ୟାଣ୍ଡ ମାର୍କ ସିଟି ଏବଂ ମହାବୀର ନଗରରୁ  ଛାତ୍ରଛାତ୍ରୀମାନେ ୪ଟି ବସ୍‌ରେ ବାହାରିଛନ୍ତି। କୋଟାରୁ ସେମାନଙ୍କ ସାଙ୍ଗରେ ଆସୁଥିବା ଅଭିଭାବକ ବିଜୟ କୁମାର ମାଟିଆ ଏହା କହିଛନ୍ତି।

ଆହୁରି ପଢ଼ନ୍ତୁ

ବସ୍‌ରେ ଚଢିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ସ୍କ୍ରିନିଂ କରାଯାଇଥିଲା। ବସ୍‌କୁ ବିଶୋଧନ ମଧ୍ୟ କରାଯାଇଥିଲା। ଏହି ବସ୍‌  ମଧ୍ୟପ୍ରଦେଶ , ଛତିଶଗଡ଼, ସମ୍ବଲପୁର, ଝାରସୁଗୁଡା ଦେଇ ରାଉରକେଲାରେ ପହଞ୍ଚିବ । ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କ ସ୍କ୍ରିନିଂ କରାଯାଇ କ୍ୱାରେଣ୍ଟଇନରେ ରଖାଯିବ ।

ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ କେତେକ ଅଭିଭାବକ ରାଉରକେଲା ADM ଅବୋଲି ସୁନୀଲ ନର୍ବାନେଙ୍କୁ ଭେଟି ପିଲାମାନଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଅବଶ୍ୟ ଛାତ୍ରଛାତ୍ରୀମାନେ  ୪ ହଜାର ଟଙ୍କା ଲେଖା ଦେଇ ନିଜ ଖର୍ଚ୍ଚରେ ଆସୁଛନ୍ତି ।

[ad_2]
Exit mobile version