ଦେଶ

କୋଟାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ବସ୍ ପଠାଇଲେ ଯୋଗୀ ସରକାର

ଲକ୍ଷ୍ମୌ: ଲକଡାଉନ୍ ବେଳେ ରାଜସ୍ଥାନ କୋଟାରେ ଫସିଯାଇଥିଲେ ଉତ୍ତର ପ୍ରଦେଶରର ଇଞ୍ଜିନିୟରିଂ ଏବଂ ମେଡିକାଲ କୋଚିଂ ଛାତ୍ରଛାତ୍ରୀ। ଏବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ସରକାର ବସ୍ ପଠାଇଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଭାବକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କର ଅସୁବିଧା ବାବଦରେ ଜଣାଇଥିଲେ। ଏହାପରେ ଯୋଗୀ ସରକାର ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ୨୪୭ଟି ବସ୍ ପଠାଇଛନ୍ତି। ଶନିବାର ଛାତ୍ରଛାତ୍ରୀଙ୍କୁ ନେଇ ଏହି ବସ ଉତ୍ତର ପ୍ରଦେଶ ଫେରିବ।

ଆହୁରି ପଢ଼ନ୍ତୁ

ରାଜସ୍ଥାନରେ ଅନେକ ରାଜ୍ୟର ଛାତ୍ରଛାତ୍ରୀ କୋଚିଂ ନେବାକୁ ଆସି ଫସିଛନ୍ତି। ଯେଉଁ ରାଜ୍ୟ ସରକାର ନିଜ ନିଜର ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ଚାହିଁବେ ସେମାନଙ୍କୁ ରାଜସ୍ଥାନ ସରକାର ସହଯୋଗ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ଯୋଗୀ ସରକାର ଉତ୍ତର ପ୍ରଦେଶରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ବସରେ ପଠାଇ ଚର୍ଚ୍ଚାକୁ ଆସିଥିଲେ।

[ad_2]
Show More
Back to top button