କେରଳ ସରକାରଙ୍କ ମଦ ହୋମ୍‌ ଡେଲିଭରୀକୁ କୋର୍ଟଙ୍କ ନା

ନୂଆଦିଲ୍ଲୀ: ଡାକ୍ତରଙ୍କ ସୁପାରିଶ କ୍ରମେ ମଦର ହୋମ୍‌ ଡେଲିଭରୀ ପାଇଁ କେରଳ ସରକାରଙ୍କ ଯୋଜନା ଯୋଜନାରେ ରହିଯାଇଛି। ଏହି ପ୍ରସ୍ତାବକୁ କେରଳ ହାଇକୋର୍ଟ ୩ ସପ୍ତାହ ଯାଏ ସ୍ଥଗିତ ରଖିଛନ୍ତି। ଗୁରୁବାର କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ କାରଣରୁ ମଦ ଦୋକାନ ସବୁ ବନ୍ଦ ରହିଛି। ଫଳରେ ଅଭ୍ୟାସଗତ ନିଶାଖୋର ଅଡ଼ୁଆରେ ପଡ଼ିଯାଇଛନ୍ତି।

ଆହୁରି ପଢ଼ନ୍ତୁ

ଏହା ପୂର୍ବରୁ କୁହାଯାଇଥିଲା, ଏଭଳି ସେବା ଯୋଗାଇବା ପାଇଁ ଲୋକଙ୍କଠୁ ୧୦୦ ଟଙ୍କା ଲେଖାଏ ଅତିରିକ୍ତ ଶୁଳ୍କ ନିଆଯିବ। ଏହା ଡେଲିଭରୀ ବାବଦକୁ ନିଆଯିବ। ଏହି ନିର୍ଦ୍ଦେଶ କ୍ରମେ କୁହାଯାଇଥିଲା, ୩ ଲିଟର ଯାଏ ଇଣ୍ଡିଆନ୍‌ ମେଡ୍‌ ଫରେନ୍‌ ଲିକ୍ୟୋର ଯୋଗାଇ ଦେଇହେବ।

ତେବେ ଡାକ୍ତରମାନେ ଯଦି ପ୍ରେସ୍କ୍ରାଇବ୍‌ କରିବାକୁ ମନା କରୁଛନ୍ତି, କିଛି ଅସୁବିଧା ନାହିଁ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରୟି ବିଜୟନ୍‌ କହିଥିଲେ। ସେ କହିଥିଲେ, କାହାକୁ ବାଧ୍ୟ କରାଯାଉନି। ସପ୍ତାହେ ହେଇଗଲାଣି। ଏପରି ନିଶାଡ଼ିଙ୍କ ପରିବାର ଲୋକେ ସେମାନଙ୍କୁ ନିଶା ନିବାରଣ କେନ୍ଦ୍ର ଯିବାକୁ ପ୍ରୋତ୍ସାହନ ଦେବା ଦରକାର।

[ad_2]
Exit mobile version