କେରଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ୱର(ସତ୍ୟଶିଖା): କେରଳରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଲାଗି କେରଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଆହୁରି ପଢ଼ନ୍ତୁ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର କଣ୍ଡିରା, କୁରୁଣ୍ଟି, ସାତଭାୟା ପଞ୍ଚାୟତ ସହ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରୁ ବହୁ ମହିଳା ଶ୍ରମିକ କେରଳରେ ଫସି ରହିଛନ୍ତି। ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିବା ଏହି ଶ୍ରମିକମାନଙ୍କୁ ସେଠାରେ ଧମକଚମକ ଦେବା ସହ ଖାଇବାକୁ ନଦେଇ ଫ୍ୟାକ୍ଟ୍ରି ମାଲିକ କାମ କରାଉଥିବା ଅଭିଯୋଗ ହୋଇଛି। ଶ୍ରମିକମାନେ ଏ ସମ୍ପର୍କରେ ନିଜ ନିଜ ଘରକୁ ଫୋନରେ ଜଣାଇବା ପରେ ସେମାନଙ୍କୁ ଉଦ୍ଧାର କରି ରହିବା ଓ ଖାଇବା ବ୍ୟବସ୍ଥା କରିବା ସହ ଓଡ଼ିଶା ପଠାଇବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ନିବେଦନ କରିଛନ୍ତି ବୈଜୟନ୍ତ।

[ad_2]
Exit mobile version