ଦେଶ

କେବେ ଖୋଲିବ ସ୍କୁଲ୍? ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଦେଲେ ଉତ୍ତର

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ଦେଶରେ ମାର୍ଚ୍ଚ ମାସ ଅଧାରୁ ସ୍କୁଲ୍ କଲେଜ ବନ୍ଦ ରହିଛି। ଏହାରି ଭିତରେ କିନ୍ତୁ ଜୁଲାଇରୁ ବିଭିନ୍ନ ପରୀକ୍ଷା ହେବ ବୋଲି କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଣଳୟ ଘୋଷଣା କରିସାରିଛନ୍ତି। ଏବେ ସ୍କୁଲ୍ କେବେ ଖୋଲିବ? ଏକ ଅନଲାଇନ୍ ଲାଇଭ୍ କାର୍ଯ୍ୟକ୍ରମରେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସ୍କୁଲ୍ ଖୋଲିବା ନେଇ ମତ ରଖିଛନ୍ତି। କିଛି ସ୍ପଷ୍ଟ ଉତ୍ତର ନଦେଇ କେବଳ କହିଛନ୍ତି, ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସର ସ୍ଥିତି ସାମାନ୍ୟ ହେଲେ ସ୍କୁଲ୍ ଖୋଲିବ। ଏବେ ତାରିଖ ବାବଦରେ କିଛି କହିହେବନି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ସ୍କୁଲ୍ ଖୋଲିବା ପରେ ଅନେକ କିଛି ପରିବର୍ତ୍ତନ ହେବ। ସ୍କୁଲରେ ପ୍ରାର୍ଥନା ସଭା ପାଖରୁ ଆରମ୍ଭ କରି ଶ୍ରେଣୀ ଗୃହରେ ବସିବା ପର୍ଯ୍ୟନ୍ତ। ଏମିତିକି ସ୍କୁଲ ସମୟ ମଧ୍ୟ ବଦଳିବ ବୋଲି ସେ କହିଛନ୍ତି। ଶ୍ରେଣୀ ଗୃହ ଗୁଡ଼ିକୁ ସେକ୍ସନରେ ବିଭକ୍ତ କରାଯାଇପାରେ। ଏନସିଇଆରଟି ସ୍କୁଲ ଖୋଲିବା ନେଇ ନୂଆ ଗାଇଡ୍ ଲାଇନ୍ ଉପରେ ନଜର ରଖିଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ତେବେ ୟୁଜିସି କିନ୍ତୁ ସ୍ପଷ୍ଟ କରିସାରିଛି, ଆଡମିଶନ ନେଇ ସାରିଥିବା କଲେଜ ଛାତ୍ରଙ୍କ କ୍ଲାସ୍ ଅଗଷ୍ଟରୁ ଆରମ୍ଭ ହେବ। ନୂଆ ଆଡମିଶନ ନେଇଥିବା ଛାତ୍ରଛାତ୍ରୀଙ୍କ କ୍ଲାସ୍ ସେପ୍ଟେମ୍ୱରରୁ ଆରମ୍ଭ ହେବ।

ଶିକ୍ଷକମାନଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ୟୁଜିସି କହିସାରିଛି। ଏହାଦ୍ୱାରା କରୋନା ଲଢ଼େଇ ମଜବୁତ ହେବ ବୋଲି ପୋଖରିୟାଲ କହିଛନ୍ତି।

[ad_2]
Show More
Back to top button