ନ୍ୟୁଜ୍ରାଜ୍ୟଶିକ୍ଷା

ଓଜେଇଇରେ ସାମିଲ ହେଲା B.CAT ଡିଗ୍ରୀ ପାଠ୍ୟକ୍ରମ,୩୦ରେ ପ୍ରବେଶିକା ପରୀକ୍ଷା

ସତ୍ୟଶିଖା(ଭୁବନେଶ୍ୱର )୨୯.୦୯ .୨୦୨୧:  ପ୍ରଥମ ଥର ଓଜେଇଇରେ ସାମିଲ ହେଲା B.CAT ଡିଗ୍ରୀ ପାଠ୍ୟକ୍ରମ ( ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି) । ଏନେଇ ସେପ୍ଟେମ୍ବର ୩୦ରେ ହେବ ପ୍ରବେଶିକା ପରୀକ୍ଷା । କୋଭିଡ କଟକଣା ମଧ୍ୟରେ ପରୀକ୍ଷା କରାଯିବ । ଏହା ୪ ବର୍ଷର କୋର୍ସ ଅଟେ । ଏହି B.CAT କୋର୍ସରେ ସିନେମାଟୋଗ୍ରାଫି, ସାଉଣ୍ଡ ରେକଡିଂ, ସାଉଣ୍ଡ ଡ଼ିଜାଇନିଂ ଏବଂ ଫିଲ୍ମ ଏଡିଟିଙ୍ଗ ଅନ୍ତର୍ଭୁକ୍ତ । ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ପାଇଁ ପ୍ରବେଶିକା ପରୀକ୍ଷା କରାଯାଉଛି ।

ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ଦୁଇଟି ପର୍ୟ୍ୟାୟରେ ପରୀକ୍ଷା ହେବ । ପ୍ରଥମ ପର୍ୟ୍ୟାୟରେ ସକାଳ ୯ଟାରୁ ୧୦ ଟା ପର୍ୟ୍ୟନ୍ତ ସିନେମାଟୋଗ୍ରାଫି, ସାଉଣ୍ଡ ରେକର୍ଡିଂ ଏବଂ ସାଉଣ୍ଡ ଡ଼ିଜାଇନିଂ ପରୀକ୍ଷା ଓ ଦ୍ବିତୀୟ ପର୍ୟ୍ୟାୟରେ ୨ଟା ୩୦ରୁ ୩ ଟା ୩୦ ପର୍ୟ୍ୟନ୍ତ ଫିଲ୍ମ ଏଡିଟିଙ୍ଗ ପରୀକ୍ଷା କରାଯିବ । ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ କରାଯିବ ।ବାଲେଶ୍ବର, ଭୁବନେଶ୍ବର ଏବଂ କଟକସ୍ଥିତ ଟେଷ୍ଟ ସେଣ୍ଟରରେ ଥିବା ପାଠ୍ୟକ୍ରମ ପାଇଁ ବହୁତ କମ୍ ସଂଖ୍ୟକ ପ୍ରାର୍ଥୀ ଆବେଦନ କରିଛନ୍ତି । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ବ୍ୟବହାର କରି OJEE ୱେବସାଇଟ୍ (www.ojee.nic.in)ରେ ଲଗ୍ ଇନ କରି ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଯଦି କୌଣସି ପ୍ରାର୍ଥୀଙ୍କ ଦ୍ବାରା ଅପଲୋଡ୍ ହୋଇଥିବା ଫଟୋଗ୍ରାଫ୍ ସଠିକ୍ ଫର୍ମାଟରେ ନାହିଁ, ତା’ହେଲେ ସେ ତାଙ୍କ ସହିତ ବର୍ତ୍ତମାନର ଦୁଇଟି ଫଟୋଗ୍ରାଫ୍, ସଠିକ୍ ଫର୍ମାଟ ନେଇ ପରୀକ୍ଷା କେନ୍ଦ୍ରକୁ ଆଣିପାରିବେ ।

Show More
Back to top button