ନ୍ୟୁଜ୍ରାଜ୍ୟ

ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ

ସତ୍ୟଶିଖା( ଭୁବନେଶ୍ୱର )୧୩.୧୦.୨୦୨୨: ଫେରିଯିବ ମୌସୁମୀ। ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ବାତ୍ୟା ଆସିବ ନା ନାହିଁ ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି। ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ। ଆଇଏମ୍‌ଡି ସ୍ପଷ୍ଟ କରି ୭ ଦିନ ଭିତରେ ବାତ୍ୟା ସମ୍ଭାବନା ନାହିଁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଆମେରିକୀୟ ପାଣିପାଗ ମଡେଲ GFS ମୁତାବକ, ଆସନ୍ତା ୨୦ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହେଉଛି। ୨୨ ତାରିଖ ବେଳକୁ ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ହେଉଛି।

ୟୁରୋପୀୟ ମଡେଲ ECMWF ମୁତାବକ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଗତିପଥ ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ। ଆକ୍ୱୱେଦରର ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ଙ୍କ ସୂଚନା, ଆସନ୍ତା ସପ୍ତାହରେ ଆଣ୍ଡମାନ ସାଗର କିମ୍ବା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗକୁ ଗତିପାରେ। କିନ୍ତୁ ଏହାର ତୀବ୍ରତା ନେଇ ବିଭିନ୍ନ ମଡେଲରେ ଭିନ୍ନତା ରହୁଛି।
Show More
Back to top button