କେନ୍ଦ୍ରର ରେଡ ଜୋନ ଘୋଷଣାକୁ ବେଙ୍ଗଲର ବିରୋଧ, ସଂଶୋଧିତ ତାଲିକା ଜାରି

କୋଲକାତା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଦେଶର ବିଭିନ୍ନ ଜିଲ୍ଲାକୁ ରେଡ ଜୋନ ଭାବେ ଚିହ୍ନଟ କରିଛନ୍ତି। ବେଙ୍ଗଲର ମଧ୍ୟ ଏକାଧିକ ଜିଲ୍ଲା କେନ୍ଦ୍ରର ରେଡ ଜୋନ ତାଲିକାରେ ସ୍ଥାନ ପାଇଛନ୍ତି। ହେଲେ ଏହାକୁ ନେଇ ବେଙ୍ଗଲ ସରକାର ଆପତ୍ତି ଉଠାଇଛନ୍ତି।

ଏଥିସହ କେନ୍ଦ୍ର ପାଖକୁ ସଂଶୋଧିତ ତାଲିକା ପଠାଇଛନ୍ତି। ଏଥିରେ କେଉଁ ଜିଲ୍ଲାରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ରହିବ, ତା’ର ନାଁ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସଚିବ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ମଧ୍ୟ ଅବଗତ କରାଇଛନ୍ତି। ସ୍ୱାସ୍ଥ୍ୟ ସଚିବ ବିବେକ କୁମାର କହିଛନ୍ତି, କେନ୍ଦ୍ର ସରକାର ଠିକ ଭାବେ ଆକଳନ ନ କରି ପଶ୍ଚିମବଙ୍ଗର ୧୦ ଜିଲ୍ଲାକୁ ରେଡଜୋନ ଭାବେ ଚିହ୍ନଟ କରିଛନ୍ତି। ତେବେ କେନ୍ଦ୍ର ସରକାର କେଉଁ ଜିଲ୍ଲା ରେଡ ଜୋନ ହେବ, ସେନେଇ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ ପଶ୍ଚିମବଙ୍ଗର ୪ଟି ଜିଲ୍ଲା ଏହା ମଧ୍ୟରେ ଆସୁଛନ୍ତି।

କେବଳ ହାୱାଡା, ଉତ୍ତର ୨୪ ପ୍ରଙ୍ଗଣା, କୋଲକାତା ଓ ପୂର୍ବ ମେଦିନପୁରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ୪ଟି ଜିଲ୍ଲା ରେଡ ଜୋନରେ ରହିବା କଥା। ଏହା ସଂଶୋଧିତ ହେବା ଜରୁରୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

[ad_2]
Exit mobile version