ଦେଶ

କେନ୍ଦ୍ରର ମେଗା ପ୍ଲାନ: ୬୪ ବିମାନରେ ବିଦେଶରୁ ଆସିବେ ୧୪,୮୦୦ ଲୋକ

ନୂଆଦିଲ୍ଲୀ: ମହାମାରୀ କରୋନା ଲକଡାଉନ ଯୋଗୁ ହଜାର ହଜାର ଭାରତୀୟ ବିଦେଶରେ ଫସି ଯାଇଛନ୍ତି। ଏମାନଙ୍କୁ ଉଦ୍ଧାର କରି ସ୍ୱଦେଶ ଆଣିବାକୁ ଭାରତ ସରକାର ମେଗା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ରର ସୂଚନା ଅନୁଯାୟୀ, ୧୩ଟି ଦେଶରେ ୧୪,୮୦୦ ଭାରତୀୟ ସ୍ୱଦେଶ ଫେରିବାକୁ ପଞ୍ଜୀକରଣ କରିଛନ୍ତି।

ଏମାନଙ୍କ ପାଇଁ ୬୪ଟି ବିମାନର ବ୍ୟବସ୍ଥା କରାଯାଇଛି। ସେହିପରି ମାଳଦ୍ୱୀପ ଓ ପଶ୍ଚିମ ଏସିଆ ଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ୩ଟି ଜାହଜ ମଧ୍ୟ ପଠାଯିବ। ବିଦେଶରେ ଫସିଥିବା ଲୋକଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯିବ। ଏହାପରେ ଯେଉଁମାନଙ୍କର କୌଣସି କରୋନା ଲକ୍ଷଣ ନଥିବ, ସେମାନଙ୍କୁ ହିଁ ଭାରତ ଅଣାଯିବ।

ଆହୁରି ପଢ଼ନ୍ତୁ

ଭାରତରୁ ବିମାନଗୁଡ଼ିକ ଆମେରିକା, ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ୟୁଏଇ, ବ୍ରିଟେନ, ସାଉଦି ଆରବ, କତାର, ସିଙ୍ଗାପୁର, ଓମାନ, ବାହାରିନ ଓ କ୍ୱିଏତକୁ ଯିବ। ପ୍ରଥମ ଦିନରେ ୧୦ଟି ବିମାନରେ ୨୩ଶହ ଲୋକଙ୍କୁ ଅଣାଯିବ। ସେହିପରି ଦ୍ୱିତୀୟ ଦିନରେ ୨୫୫୦ ଲୋକ ଚେନ୍ନାଇ, କୋଚି, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ ଓ ଦିଲ୍ଲୀରେ ପହଞ୍ଚିବେ।

ଏହି ୨୫୫୦ ଜଣ ଭାରତୀୟ ୯ଟି ଦେଶରୁ ଆସିବେ। ମଧ୍ୟପ୍ରାଚ୍ୟ, ପୂର୍ବ ୟୁରୋପ, ଦକ୍ଷିଣ ଏସିଆ ଓ ଆମେରିକା ଭଳି ୧୩ଟି ଦେଶରୁ ୩ୟ ଦିନ ମୁମ୍ବାଇ, କୋଚି, ଲକ୍ଷ୍ନୌ ଓ ଦିଲ୍ଲୀରେ ପହଞ୍ଚିବେ। ୪ର୍ଥ ଦିନରେ ୮ଟି ଦେଶରୁ ୧୮୫୦ ଜଣଙ୍କୁ ଭାରତ ଅଣାଯିବ।

ସାମାଜିକ ଦୂରତା ପାଇଁ ପ୍ରତି ବିମାନରେ ୨୦୦ରୁ ୩୦୦ ଲୋକ ଆସିବେ। ସେହିପରି ଜାହଜ ଯୋଗେ ୧୦୦୦ ଲୋକ ଆସିବେ।

[ad_2]
Show More
Back to top button