କେନ୍ଦ୍ରର ଚରମବାଣୀ; ଦରକାର ପଡ଼ିଲେ କର୍ଫ୍ୟୁ ଲଗାଅ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ନମାନି ବାହାରକୁ ବାହାରୁଥିବା ଲୋକଙ୍କ ପ୍ରତି କଠୋର ହେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। ସାମାଜିକ ଦୂରତା ମାନୁନଥିବା ଲୋକଙ୍କୁ ଘର ଭିତରେ ରଖିବା ପାଇଁ କର୍ଫ୍ୟୁ ଲଗାଇଦେବାକୁ ଆଜି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଯେଉଁସ୍ଥାନରେ ଦରକାର ପଡ଼ୁଛି କର୍ଫ୍ୟୁ ଲଗାଅ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ

ସୂନାଯୋଗ୍ୟ ଯେ, ଖବର ସରବରାହ ସଂସ୍ଥା ଏଏଫ୍‌ପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାରା ବିଶ୍ୱରେ ୧୫ ହଜାର ଜୀବନ ଗଲାଣି। ଭାରତରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ କରୋନା ଆକ୍ରାନ୍ତ ବୋଲି ଜାତୀୟ ଗଣମାଧ୍ୟମ ପ୍ରକାଶ କରୁଛନ୍ତି। ଏହାକୁ ଲକ୍ଷ୍ୟ ରଖି ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରାଯାଇଛି।

[ad_2]
Exit mobile version