ଖେଳ

କେଉଁ ଖେଳାଳିଙ୍କୁ ପ୍ରଥମଥର ଦେଖି ନର୍ଭସ ହୋଇଥିଲେ ଅଶ୍ୱିନ

ନୂଆଦିଲ୍ଲୀ: କେଉଁ ଖେଳାଳିଙ୍କୁ ପ୍ରଥମଥର ଦେଖି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନର୍ଭସ ହୋଇଯାଇଥିଲେ ତା’ ଉପରୁ ଶନିବାର ପର୍ଦ୍ଦା ଉଠାଇଛନ୍ତି। ଟ୍ୱିଟରରେ ଚାଲିଥିବା ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଅଶ୍ୱିନଙ୍କୁ ଜଣେ ବ୍ୟକ୍ତି ଏଭଳି ଏକ ପ୍ରଶ୍ନ ପଚାରିଥିଲେ।

ଏହାର ଉତ୍ତର ଦେଇ ଅଶ୍ୱିନ ପୂର୍ବତନ ଅଷ୍ଟ୍ରେଲୀୟ ଓପନର ମାଥ୍ୟୁ ହେଡେନଙ୍କ ନାଁ ନେଇଛନ୍ତି। ଅର୍ଥାତ ହେଡେନଙ୍କୁ ଅଶ୍ୱିନ ଯେତେବେଳେ ପ୍ରଥମ ଭେଟିଥିଲେ, ସେ ପୂରା ନର୍ଭସ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ

ଅଶ୍ୱିନ ଆଇପିଏଲର ୨୦୦୯ ଓ ୨୦୧୦ରେ ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳିବା ବେଳେ ହେଡେଡ ମଧ୍ୟ ଖେଳୁଥିଲେ। ତେଣୁ ଏହି ଦୁଇଟି ସଂସ୍କରଣରେ ଉଭୟ ଡ୍ରେସିଂ ରୁମ ଶେୟାର କରୁଥିଲେ। ଏହି ସମୟରେ ସେ ହେଡେନଙ୍କୁ ଦେଖି ନର୍ଭସ ହୋଇଯାଇଥିଲେ।

ହେଡେନ ଆଇପିଏଲରେ ଚେନ୍ନାଇ ପାଇଁ ୩୨ଟି ମ୍ୟାଚ୍‌ ଖେଳି ୧୧୦୭ ରନ କରିଛନ୍ତି। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୯୩। ଅନ୍ୟପକ୍ଷରେ ଅଶ୍ୱିନ ଚେନ୍ନାଇ ପାଇଁ ୯୭ଟି ମ୍ୟାଚ୍‌ ଖେଳି ୯୦ଟି ୱିକେଟ ନେଇଛନ୍ତି।

୨୦୧୧ ସଂସ୍କରଣରେ ଅଶ୍ୱିନ ଚମତ୍କାର ବୋଲିଂ କରି ୨୦ଟି ୱିକେଟ ନେଇଥିଲେ। ୨୦୧୦ ଓ ୨୦୧୧ରେ ଚେନ୍ନାଇ ଆଇପିଏଲ ଚାମ୍ପିୟନ ହୋଇଥିବା ବେଳେ ଅଶ୍ୱିନ ଦଳରେ ରହିଥିଲେ।

[ad_2]
Show More
Back to top button