କେଉଁମାନେ ପିନ୍ଧିବେ ମାସ୍କ ? | Satyasikha

ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂପର୍କରେ ଆଜି ବି ରାଜ୍ୟ ସରକାରଙ୍କ  ମୁଖପାତ୍ର ସୁବ୍ରତ ବାଗଚୀଙ୍କ ତଥ୍ୟ ରଖିଛନ୍ତି। ପ୍ରେସମିଟ୍‌ରେ ସେ କହିଛନ୍ତି ଯେ, ଏଯାବତ ରାଜ୍ୟରେ ମୋଟ ୪୭ଟି ସାମ୍ପଲ ଟେଷ୍ଟ କରାଯାଇଛି। ୪୭ରୁ ୪୬ ନେଗେଟିଭ ଅଛି। ପୂର୍ବରୁ ସେଇ ଜଣେ ମାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ନୂଆ ରୋଗୀ କେହି ଚିହ୍ନଟ ହୋଇ ନାହାନ୍ତି। ଆକ୍ରାନ୍ତ ସମ୍ପୃକ୍ତ ବ୍ୟକ୍ତି ଚିକିତ୍ସାଧିନ ଅଛନ୍ତି। ତାଙ୍କ ଅବସ୍ଥା ଭଲ ଅଛି। ଗତକାଲି ୧୨ଟି ସାମ୍ପଲ ଆସିଥିଲା, ସମସ୍ତ ୧୨ ନେଗେଟିଭ ଜଣାପଡ଼ିଛି। ଆଜି ୬ଟି ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି। ଆଜି ଦିନ ୨ଟା ସୁଦ୍ଧା ୨୧୩୧ ଜଣ ବିଦେଶାଗତ ରେଜିଷ୍ଟ୍ରି କରିଛନ୍ତି। ଆସିଥିବା ୨୧୩୧ ଲୋକ ୮୦ଟି ଦେଶରୁ ଫେରିଛନ୍ତି। ଆସିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ୨୦% ୟୁଏଇରୁ ଅଛନ୍ତି। ସର୍ବାଧିକ ଖୋର୍ଦ୍ଧା ଓ ଦ୍ୱିତୀୟରେ କଟକ ଜିଲ୍ଲାକୁ ଲୋକ ଆସିଛନ୍ତି।

ସୁସ୍ଥ ଲୋକ ମାସ୍କ ନପିନ୍ଧିବାକୁ ଅନୁରୋଧ କଲେ ସୁବ୍ରତ ବାଗଚୀ। କେବଳ ଅସୁସ୍ଥ ହେଲେ ମାସ୍କ ପିନ୍ଧନ୍ତୁ ବୋଲି ଡାକ୍ତର ପରାମର୍ଶ ଦେଇଥିବା ବାଗଚୀ କହିଛନ୍ତି। ଯଦି ସାନିଟାଇଜର ନମିଳୁଛି, ସାବୁନରେ ହାତ ଧୋଇପାରିବେ। ଧର୍ମୀୟ ଅନୁଷ୍ଠାନ ଗୁଡ଼ିକୁ ସାମାଜିକ ଦୂରତ୍ୱ ବଜାୟ ପାଇଁ କୁହାଯାଇଛି। ସାମାଜିକ ଦୂରତ୍ୱ ନେଇ ସରକାର ଗାଇଡ଼ଲାଇନ ଦେଇଛନ୍ତି। ଦୂଷିତ ପୋଖରୀରେ ନଗାଧୋଇବାକୁ ବାଗଚୀ ପରାମର୍ଶ ଦେଇଛନ୍ତି।

 



[ad_2]
Source link

Exit mobile version