କୁଟୁରା ମାଂସ ରାନ୍ଧି ଖାଉଥିଲେ, ବନ ବିଭାଗ କଲା ଚଢ଼ଉ

ଝାରସୁଗୁଡ଼ା(ସତ୍ୟଶିଖା): ଜଙ୍ଗଲରୁ କୁଟୁରା ଶିକାର କରି ଘରେ ରାନ୍ଧି ଖାଉଥିଲେ। ବନ ବିଭାଗ ଚଢ଼ଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି । ଏହାସହ ରନ୍ଧା ମାଂସ ଓ ଏକ ଦେଶୀ ବନ୍ଧୁକ ବି ଜବତ କରିଛି। ଏଭଳି ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ବାଗଡ଼ିହି ରେଞ୍ଜରେ ଥିବା ଜଙ୍ଗଲରୁ ଗତ ଏପ୍ରିଲ ଚାରି ତାରିଖରେ ସାତ ଜଣ ଯୁବକ ଦେଶୀ ବନ୍ଧୁକରେ ଏକ କୁଟୁରା ଶିକାର କରିଥିଲେ। ଗତକାଲି ତାକୁ ଘରେ ରାନ୍ଧି ଖାଉଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ପାଞ୍ଚ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣଙ୍କୁ ବନ ବିଭାଗ ଗିରଫ କରିଥିଲା।

[ad_2]
Exit mobile version