ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୦ ଘଣ୍ଟା ଜେରା


ମୁମ୍ବାଇ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କରିଥିବା ଅଭିଯୋଗରେ ରିପବ୍ଲିକ ଟିଭର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଆଜି ପୁଲିସ ନିକଟରେ ହାଜର ହୋଇଛନ୍ତି। ସେ ଆଜି ହାଜର ହେବା ପରେ ତାଙ୍କୁ ଏନଏମ ଯୋଶୀ ପୁଲିସ୍ ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ଘନଘନ ଜେରା କରିଛି।
ମହାରାଷ୍ଟ୍ର ପାଲଘର ଠାରେ ୨ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା ଘଟଣାରେ ଅର୍ଣ୍ଣବ ଟିଭିରେ ବିତର୍କ କରିଥିଲେ। ଏହି ସମୟରେ ସେ ସୋନିଆ ଗାନ୍ଧି କାହିଁକି ଏ ପ୍ରସଙ୍ଗରେ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରି ତାଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା। ଏଥିପାଇଁ କଂଗ୍ରେସ ପକ୍ଷରୁ ତାଙ୍କ ନାଁରେ ଏଫଆଇଆର ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ
ଏହି ଏଫଆଇଆରକୁ ଭିତ୍ତି କରି ପୁଲିସ୍ ଅର୍ଣ୍ଣବଙ୍କୁ ଜେରା କରିଛି। ତେବେ ୩ ସପ୍ତାହ ଯାଏ ପୁଲିସ୍ ତାଙ୍କୁ ଗିରଫ କରିପାରିବ ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ସକାଳ ୯.୨୦ରେ ଅର୍ଣ୍ଣବ ଜେରା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଜେରା ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ଦୁଇ ଯୁବକଙ୍କୁ ଆଜି ଭୋଇୱାଡା କୋର୍ଟ ଜାମିନ ପ୍ରଦାନ କରିଛନ୍ତି।






