କିନ୍ନରଙ୍କୁ ମିଳିବ ଭତ୍ତା – Satyasikha

ଭୁବନେଶ୍ୱର (ସତ୍ୟଶିଖା): ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନସନ୍‌ ଯୋଜନାରେ ଯୋଗାଇ ଦିଆଯିବ ଭତ୍ତା। ଏ ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି।  ଭତ୍ତା ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନସନ୍ ୱେବସାଇଟରେ ଏବେଠାରୁ ଆବେଦନ କରିପାରିବେ। ଆଜି ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା।

ସେ କହିଛନ୍ତି ଯେ କିନ୍ନରମାନଙ୍କୁ ବୟସ ଅନୁସାରେ ୫୦୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦିଆଯିବ। ଏହି ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ।

ଆହୁରି ପଢ଼ନ୍ତୁ

ମନ୍ତ୍ରୀ ଆହୁରି କହିଛନ୍ତି ଯେ ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଆଉ ଏକ ହଜାର ଟଙ୍କା। ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ।

ସେ କହିଛନ୍ତି, ଟଙ୍କା ଆସି ସାରିଛି। ଖୁବ୍‌ଶୀଘ୍ର ଦେବା ପାଇଁ ବ୍ୟବସ୍ଥା କରାଯିବ। ପୂର୍ବରୁ ହିତାଧିକାରୀଙ୍କୁ ୪ ମାସ ପାଇଁ ୧ ହଜାର ଟଙ୍କା ଲେଖାଏଁ ମିଳିଥିଲା।

ଆହୁରି ପଢ଼ନ୍ତୁ



[ad_2]

Exit mobile version