କାଲି ରାତିରୁ ବିମାନ ଉଡ଼ାଣ ବନ୍ଦ


ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଭାରତ ସରକାର ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଥିଲେ। ତେବେ କରୋନା ସ୍ଥିତିରେ ସୁଧାର ନ ଆସିବାରୁ ଆଜି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତକାଲି ଠାରୁ ଦେଶ ମଧ୍ୟରେ ଚାଲୁଥିବା ସମସ୍ତ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆହୁରି ପଢ଼ନ୍ତୁ
ଏନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ମଧ୍ୟରାତ୍ର ଅର୍ଥାତ ରାତି ୧୨ଟାରୁ ଦେଶ ମଧ୍ୟରେ କୌଣସି ବିମାନ ଚଳାଚଳ କରିପାରିବ ନାହିଁ। ତେଣୁ ବିମାନ କମ୍ପାନୀମାନେ ଆସନ୍ତାକାଲି ରାତି ୧୨ଟା ପୂର୍ବରୁ ହିଁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ବ୍ୟବସ୍ଥା କରିବେ। ଏହାପରେ ଆଉ କୌଣସି ଉଡ଼ାଣ ହେବନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ ପାଳନ କାରାଯିବ। ତେବେ ଏହି କଟକଣା ବେଳେ ମାଲବାହୀ ବିମାନ ଗୁଡ଼ିକ ଯଥାରିତ କାର୍ଯ୍ୟ କରିବେ।
ଏହାପୂର୍ବରୁ ରବିବାର ଠାରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଥିଲେ। ସେହିପରି ଆସନ୍ତା ୩୧ ତାରିଖ ଯାଏ ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଅନ୍ତଃରାଜ୍ୟ ବସ ଚଳାଚଳକୁ ମଧ୍ୟ ରାଜ୍ୟ ସରକାରମାନେ ବନ୍ଦ କରିଛନ୍ତି।