ଦେଶ

କାଲି ରାଜ୍ୟସଭା ନିର୍ବାଚନରେ ଭୋଟିଂ କରିଥିଲେ, ଏବେ କରୋନା ପଜିଟିଭ

ଭୋପାଲ: ଶୁକ୍ରବାର ରାଜ୍ୟସଭା ପାଇଁ ଅନୁଷ୍ଠିତ ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ମଧ୍ୟପ୍ରଦେଶ ବିଜେପିର ଜଣେ ବିଧାୟକ କରୋନାରେ ସଂକ୍ରମିତ ହୋଇଛନ୍ତି। ଜୱାଦର ଏହି ବିଧାୟକ ଜଣଙ୍କ ଗତକାଲି ବିଧାନସଭା ଯାଇ ଭୋଟ ଦେବା ପରେ କରୋନା ଟେଷ୍ଟ କରାଇଥିଲେ।

ଆହୁରି ପଢ଼ନ୍ତୁ

ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ବିଧାୟକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଉଭୟ ଏକ ଘରୋଇ ଲ୍ୟାବରେ କରୋନା ଟେଷ୍ଟ କରିଥିଲେ। ରାତି ୧୦.୩୦ରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିଥିବାରୁ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠା ଯାଇଛି।

ସେହିପରି ସେମାନଙ୍କ ସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ବିଧାୟକ କିମ୍ବା ତାଙ୍କ ପତ୍ନୀଙ୍କ ଶରୀରରେ କୌଣସି ଲକ୍ଷଣ ନଥିବାରୁ ଅନ୍ୟମାନଙ୍କୁ କରୋନା ସଂକ୍ରମଣ କରିବାର ଆଶଙ୍କା କମ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

[ad_2]
Show More
Back to top button