ରାଜନୀତି

କାଲି ଇସ୍ତଫା ଦେଇଥିଲେ,ଆଜି ପ୍ରତ୍ୟାହାର କରିନେଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର (ସତ୍ୟଶିଖା): ଗତକାଲି ବିଜେପିରୁ ଇସ୍ତଫା ଦେଇଥିବା ଜଗନ୍ନାଥ ପ୍ରଧାନ ଆଜି ନିଜ ଇସ୍ତଫା ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ। ତେବେ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ଦଳରେ କିଛି ମାତ୍ରାରେ ବିଚ୍ୟୁତି ଥିବାରୁ ଅସନ୍ତୋଷ ଥିଲା ଓ ତାହା ଦୂର ହୋଇଛି ବୋଲି କହିଛନ୍ତି ଜଗନ୍ନାଥ। ନୂଆ କରି ଭୁବନେଶ୍ୱର ବିଜେପି ସଭାପତି ହୋଇଥିବା ବାବୁ ସିଂ ଜଗନ୍ନାଥଙ୍କୁ ଭେଟିବା ପରେ କହିଛନ୍ତି ଯେ, ଆମ ଭିତରେ କୌଣସି ମତାନ୍ତର ନାହିଁ।

ସୂଚନାଯୋଗ୍ୟ, ଜଗନ୍ନାଥ ପ୍ରଧାନ ଗତ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ।

[ad_2]
Show More
Back to top button