ରାଜ୍ୟ

କାର୍‌ ଡୋର୍‌ ବାଜି ଛିଟିକି ପଡ଼ିଲେ, ତା’ ପରେ ମାଡ଼ିଗଲା ମିନି ଟ୍ରକ୍‌

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍  ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନି ଟ୍ରକ୍‌ ଜଣେ ମହିଳାଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତକ ହେଲେ ବୈଜୟନ୍ତିମାଳା ବରାଳ। ଆହତଜଣଙ୍କ ହେଲେ ବିଭୁତିଭୂଷଣ ହରିଚନ୍ଦନ। ସେମାନଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବଜ୍ରମୋହନପୁରର ମଧୁପୁରୁ ଗାଁରେ।

ଆହୁରି ପଢ଼ନ୍ତୁ

ଆଜି ଦିନ ପ୍ରାୟ ସାଢେ ଏଗାରଟା ବେଳେ ଭାଉଭଉଣୀ ଏକ ସ୍କୁଟି ଯୋଗେ ଭୁବନେଶ୍ୱରରୁ ନିଜ ଗାଁ ଅଭିମୁଖେ ଯାଉଥିଲେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଆଗରେ କେହି ଜଣେ ବ୍ୟକ୍ତି କାର୍‌ର ଡୋର୍‌ ଖୋଲି ଦେବାରୁ ତାହା ସ୍କୁଟିରେ ବାଜି ଯାଇଥିଲା। ଫଳରେ ଭାଇଭଉଣୀ ତଳେ ଛିଟିକି ପଡ଼ିଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ମିନି ଟ୍ରକ୍‌ଟି ବୈଜୟନ୍ତିଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ପରେ ମିନି ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୁଲିସ୍ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି।

[ad_2]
Show More
Back to top button