ବିଦେଶ

କଶ୍ମୀର ଭାରତର ଅଭିନ୍ନ ଅଙ୍ଗ, ସ୍ୱୀକାର କଲା ପାକିସ୍ତାନୀ ଟିଭି ଚ୍ୟାନେଲ୍

ଇସଲାମାବାଦ: କଥାରେ ଅଛି ସତ ଯେତେ ଲୁଚାଇଲେ ବି ତାହା ଦିନେ ନା ଦିନେ ସାମ୍ନାକୁ ଆସେ। କିଛି ଏଭଳି ଘଟିଛି ପାକିସ୍ତାନର ସରକାରୀ ଟିଭି ଚ୍ୟାନେଲ୍ ପିଟିଭି ସହ। ପାକିସ୍ତାନର ଏହି ସରକାରୀ ଟିଭି ଚ୍ୟାନେଲ୍ ଭୁଲବଶତଃ ହେଉ ପଛେ କଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ସ୍ୱୀକାର କରିଛି।

ସର୍ବଦା କଶ୍ମୀରକୁ ନେଇ ଜିଦ୍ କରିଆସୁଥିବା ପିଟିଭି ପିଓକେର ଜନସଂଖ୍ୟା କଥା କହି କଶ୍ମୀରକୁ ଭାରତର ଅଂଶ ବୋଲି କହିଛି। ବାସ୍ ଏହାର ପ୍ରସାରଣ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ସରକାରୀ ଟିଭି ଚ୍ୟାନେଲରେ ହୋଇଥିବା ଏହି ତ୍ରୁଟି ପରେ ପାକିସ୍ତାନବାସୀ ଏହି ଟିଭି ଚ୍ୟାନେଲକୁ ସୋଶାଲ ମିଡିଆରେ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ତେବେ ଏହି ମାମଲାରେ ପିଟିଭି ସଫେଇ ଦେଇ କହିଛି ଯେ ଏଭଳି କାମ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ପଢ଼ନ୍ତୁ

ପିଟିଭି ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ମାନବୀୟ ତ୍ରୁଟି କାରଣରୁ ପାକିସ୍ତାନର ଭୁଲ୍ ମାନଚିତ୍ର ପ୍ରସାରିତ କରାଯାଇଛି। ଏହି ଭୁଲ୍ କାମ କରିଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ପିଟିଭିର ଏମଡି ଏଭଳି ଭୁଲ୍ ଆଦୌ କ୍ଷମା ଯୋଗ୍ୟ ନୁହେଁ ବୋଲି କହିଛନ୍ତି। ଏପରିକି ଦୋଷୀଙ୍କୁ ଛଡ଼ା ଯିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଚୀନରେ ଏକ କାର୍ଯ୍ୟକ୍ରମ ସମୟରେ ପିଟିଭି ଏକ ବଡ଼ ଭୁଲ୍ କରିଥିଲା। ଚୀନର ‘ପେଇଚିଙ୍ଗ’ ସ୍ଥାନରେ ପିଟିଭି ‘ବେଗିଙ୍ଗ୍’ ଲେଖିଥିଲା, ଯାହାର ଅର୍ଥ ଭିକ ମାଗିବା। ଏଥିପାଇଁ ପିଟିଭି କ୍ଷମା ମାଗିଥିଲା।



[ad_2]

Show More
Back to top button