କଳା ତାଲିକାଭୁକ୍ତ ହେଲେ ୯୬୦ ଜମାତ ଅଂଶଗ୍ରହଣକାରୀ ବିଦେଶୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୯୬୦ ବିଦେଶୀ ନାଗରିକଙ୍କୁ କଳା ତାଲିକାଭୁକ୍ତ କରିଛି। ଏମାନେ ସମସ୍ତେ ପର୍ଯ୍ୟଟକ ଭିସାରେ ଆସି ପର୍ଯ୍ୟଟନ ନାମରେ ଧର୍ମ ପ୍ରଚାର ବା ମିଶନାରୀ ଉଦ୍ଦିଷ୍ଟ ‘ତବଲିଗି ଜମାତ’ ସମ୍ମିଳନୀରେ ଯୋଗ ଦେଇଥିଲେ। ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରି ପ୍ରାୟ ୨୦୦୦ ଲୋକ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଥିବା ଏକ ମସଜିଦ୍‌ରେ ଅଟକି ରହିଥିଲେ। ଏହି କାର୍ଯ୍ୟକ୍ରମ ପରେ ଭୟାନକ ରୂପ ନେଇଛି। ମରଣାନ୍ତକ ଭାଇରସ୍‌ ‘କରୋନା’ର ହଟ୍‌ସ୍ପଟ୍‌ ପାଲଟିଛି ଏହି ସ୍ଥାନ।

ଆହୁରି ପଢ଼ନ୍ତୁ

ଏମାନେ ଶହ ଶହ ସଂଖ୍ୟାରେ ତବଲିଗି ଜମାତ ଆୟୋଜିତ ମର୍କାଜ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତ ମାର୍ଚ୍ଚ ମାସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇଥିବା ଲୋକେ ପ୍ରଥମେ କରୋନା ଭଳି ଲକ୍ଷଣ ଦେଖାଇଥିଲେ। ପରେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଜଣଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବେଶ କିଛି ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ବେଶ କିଛି ଜଣ ନିଜ ନିଜ ରାଜ୍ୟକୁ ଚାଲି ଯାଇଥିବାରୁ ସେମାନଙ୍କୁ ଖୋଜା ଚାଲିଛି।

ଏହା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଟ୍ୱିଟ୍‌ କରି କହିଛନ୍ତି, “ପର୍ଯ୍ୟଟକ ଭିସାରେ ତବଲିଗି ଗତିବିଧିରେ ସାମିଲ ଥିବା ଜଣାପଡ଼ିବା ପରେ ୯୬”୦ ବିଦେଶୀଙ୍କୁ କଳା ତାଲିକା ଭୁକ୍ତ କରାଯାଉଛି। ଏଥିସହିତ ସେମାନଙ୍କ ଭାରତୀୟ ଭିସା ରଦ୍ଦ କରାଯାଉଛି।

[ad_2]
Exit mobile version