କଳାହାଣ୍ଡିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପୂର୍ବରୁ ଯାଇଥିଲେ ବାହରିନ୍


ଭୁବନେଶ୍ୱର (ସତ୍ୟଶିଖା): କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା କଆ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ସେ ପୂର୍ବରୁ ବାହରିନ୍ ଯାଇଥିଲେ।
One asymptomatic 29 years Male of Kalahandi district is tested positive for COVID-19 today. He has travel history to Bahrain.
— H & FW Dept Odisha (@HFWOdisha) April 4, 2020
ଏହି ଆକ୍ରାନ୍ତଙ୍କ ବୟସ ୨୯ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କଠାରେ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇନଥିଲା।
Tested till yesterday: 1395
Tested today: 304(one positive)
RMRC: 223
AIIMS: 38
SCB: 43
Cumulative
Total tested: 1699
Positive: 21— H & FW Dept Odisha (@HFWOdisha) April 4, 2020
ଆଜି ମୋଟ ୩୦୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଏଥିରୁ ଗୋଟିଏ ପଜିଟିଭ୍ ଆସିଛି ଯାହାକି କଳାହାଣ୍ଡିର। ଏମ୍ସ, ଆରଏମ୍ଆରସି ଏବଂ ଏସ୍ସିବିରେ ଯଥାକ୍ରମେ ୩୮,୨୨୩ ଏବଂ ୪୩ ନୁମନା ପରୀକ୍ଷା କରାଯାଇଥିଲା। ଏଯାଏ ମୋଟ ୧୬୯୯ ନମୁନା ପରୀକ୍ଷା ସରିଲାଣି।
[ad_2]