ଦେଶ

କର୍ମଚାରୀଙ୍କୁ ବୋନସ ସହିତ ନୂଆ ନିଯୁକ୍ତି ଦେଉଛି ଏହି କମ୍ପାନୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକଟକୁ ଦୂରେଇବା ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ଏଥିପାଇଁ ଅନେକ ଘରୋଇ ସଂସ୍ଥା ଓ କମ୍ପାନୀ ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି। କିଛି ସ୍ଥାନରେ ଦରମା କାଟିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଛଟେଇ ଚାଲିଛି।

ଆହୁରି ପଢ଼ନ୍ତୁ

ଏହାରି ଭିତରେ ନିକଟରେ ଦେଶର ଅଗ୍ରଣୀ ରଙ୍ଗ କମ୍ପାନୀ ଏସିଆନ ପେଣ୍ଟସ କର୍ମଚାରୀଙ୍କ ମନରେ ଉତ୍ସାହ ବଢ଼ାଇବା ପାଇଁ ଦରମା ବଢ଼ାଇବ ବୋଲି ଘୋଷଣା କରିଥିଲା ଏବେ ଆଉ ଏକ ଆଇଟି କମ୍ପାନୀ ଏଚସିଏଲ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦରମା ନ କମାଇ ବର୍ଷକ ପାଇଁ ବୋନସ ଦେବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କରୋନା କାରଣରୁ କମ୍ପାନୀର ବ୍ୟବସାୟ ଏବଂ ଆୟ ପ୍ରଭାବିତ ହୋଇଛି, ତଥାପି କମ୍ପାନୀ କୌଣସି କର୍ମଚାରୀଙ୍କୁ କାମରୁ ହଟାଇବ ନାହିଁ ବୋଲି ସ୍ପଷ୍ଟ କରିଛି।

ଦେଶର ତୃତୀୟ ବୃହତ୍ତମ ସଫ୍ଟୱୟାର କମ୍ପାନୀ ଭାବେ ପରିଚିଚ ଏଚସିଏଲ ଏହା ପୂର୍ବରୁ ୧୫ ହଜାର ନବାଗତ ଚାକିରିଆଙ୍କୁ ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇଛି। ମହାରାଷ୍ଟ୍ର ଟାଇମ୍ସରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, କରୋନା ସଙ୍କଟ ଯୋଗୁଁ କମ୍ପାନୀର ଗୋଟିଏ ବି ପ୍ରକଳ୍ପ ବାତିଲ ହୋଇନାହିଁ। ହେଲେ ନୂଆ ପ୍ରକଳ୍ପ କାମ ବିଳମ୍ବ ହୋଇଛି। ନୂଆ ନିଯୁକ୍ତି ମଧ୍ୟ ଦିଆଯାଉଛି ବୋଲି ଏଚସିଏଲ୍ ଟେକର ଏଚଆର୍ ପ୍ରମୁଖ ଆପାରାଓ ଭିଭି ଏହା କହିଛନ୍ତି।

[ad_2]
Show More
Back to top button