କର୍ମକ୍ଷେତ୍ର ଗୁଡ଼ିକ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି। ୨୦ ତାରିଖଠାରୁ ଗ୍ରାମାଞ୍ଚଳରେ ଥିବା ଶିଳ୍ପ ସଂସ୍ଥା ଖୋଲିବାର ଏଥିରେ ନିୟମ ରହିଛି। ସେହିପରି ଆଇଟି ଠାରୁ ଆରମ୍ଭ କରି ସରକାରୀ କଲ ସେଣ୍ଟର ଭଳି ସଂସ୍ଥା ମଧ୍ୟ ଖୋଲିବ। ଗଣମାଧ୍ୟମ ବି ଲକଡାଉନ କଟକଣାରୁ ବାଦ ପଡ଼ିଛି। ହେଲେ କର୍ମକ୍ଷେତ୍ରରେ ସାମାଜିକ ଦୂରତା ପାଇଁ ଏସଓପି ପାଳନ କରିବାକୁ ସବୁ କମ୍ପାନୀ ଓ ସଂସ୍ଥା ଗୁଡ଼ିକୁ କୁହାଯାଇଛି।

ଗାଇଡଲାଇନ ଅନୁଯାୟୀ

୧-ସଂକ୍ରମଣକୁ ନାଶ କରିବା ପାଇଁ ସଂସ୍ଥାର ପ୍ରବେଶ ପଥ, କାଫଟେରିଆ, କ୍ୟାଟିନ, ମିଟିଂ ରୁମ, କନଫରେନ୍ସ ହଲ, କ୍ୟାବିନ୍ସ, ସମସ୍ତ ଯନ୍ତ୍ରପାତି, ଲିଫ୍ଟ, ୱାଶରୁମ, ଟଏଲେଟ, କାନ୍ଥ, ଅନ୍ୟ ସରଫେସ ଓ ବିଲଡିଂକୁ ପ୍ରତିଦିନ ଭଲ ଭାବେ ବିଶୋଧନ କରାଯିବ।

୨-ବାହାରୁ ଆସୁଥିବା କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବାକୁ ପଡ଼ିବ। ଗୋଟିଏ ଗାଡ଼ିର କ୍ଷମତା ତୁଳନାରେ ସେଥିରେ ୩୦ରୁ ୪୦% କର୍ମଚାରୀ ରହିବେ।

୩-ବାହାରୁ ଆସୁଥିବା ଗାଡ଼ି ସଂସ୍ଥା ମଧ୍ୟରେ ପ୍ରବେଶ କରିବା ସମୟରେ ଭଲ ଭାବେ ସ୍ପ୍ରେ ଦ୍ୱାରା ବିଶୋଧନ କରାଯିବ।

୪-କର୍ମକ୍ଷେତ୍ର ମଧ୍ୟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ। କର୍ମଚାରୀମାନେ ଆସିଲା ବେଳେ ଓ ଗଲା ବେଳେ ଏହା କରାଯିବ।

୫-କର୍ମଚାରୀଙ୍କ ମେଡିକାଲ ବୀମା ବାଧ୍ୟତାମୂଳକ।

୬-ବନା ସ୍ପର୍ଶରେ ବ୍ୟବହୃତ ହୋଇପାରୁଥିବା ସାନିଟାଇଜର ଓ ହ୍ୟାଣ୍ଡୱାଶର ବ୍ୟବସ୍ଥା କରିବା ବାଧ୍ୟତାମୂଳକ।

୭-୧୦ରୁ ଅଧିକ ଲୋକଙ୍କୁ ଏକାଠି କରି କୌଣସି ବୈଠକ ହୋଇପାରିବ ନାହିଁ।

ଆହୁରି ପଢ଼ନ୍ତୁ

୮-ଅଫସିରେ ବସିବା ବେଳେ ଜଣେ କର୍ମଚାରୀ ଅନ୍ୟ ଜଣଙ୍କ ଠାରୁ ଦୂରତା ଅବଲମ୍ବନ କରିବେ।

୯-ଲିଫ୍ଟରେ କେବଳ ଗୋଟିଏ ଥରରେ ୨ରୁ ୪ ଜଣ ଯାଇପାରିବେ।

୧୦-କର୍ମଚାରୀମାନଙ୍କୁ ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରିବା ପାଇଁ ଉତ୍ସାହିତ କରାଯିବ।

୧୧-ସଂସ୍ଥା ମଧ୍ୟରେ ଗୁଟଖା ଓ ତମ୍ବାଖୁକୁ ବ୍ୟାନ କରିବା ସହ ଛେପ ପକାଇବାକୁ ବାରଣ କରାଯିବା ଉଚିତ।

୧୨- ଅନାବଶ୍ୟକ ଅତିଥିଙ୍କୁ ଅଫିସକୁ ଆସିବାକୁ ଦିଅନ୍ତୁ ନାହିଁ।

୧୩-ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ।

୧୪- ଶିଫ୍ଟ ମଧ୍ୟରେ ଅନୂନ୍ୟ ଗୋଟିଏ ଘଣ୍ଟା ଗ୍ୟାପ ରଖାଯିବ। ଏହି ସମୟରେ ଉକ୍ତ ସ୍ଥାନକୁ ଭଲ ଭାବେ ସାନିଟାଇଜ କରାଯିବ। ଏହାପରେ ଅନ୍ୟ ଏକ ଶିଫ୍ଟ ଆରମ୍ଭ ହେବ।

୧୫-୬୫ରୁ ଅଧିକ ବୟସ୍କ ବ୍ୟକ୍ତି କିମ୍ବା ୫ ବର୍ଷରୁ କମ ବୟସ୍କ ପିଲାଙ୍କ ବାପାମା’ଙ୍କୁ ଘରେ ରହି କାମ କରିବାକୁ କୁହନ୍ତୁ।

୧୬-ସଂସ୍ଥା ପକ୍ଷରୁ ସେମାନଙ୍କ କର୍ମଚାରୀମାନଙ୍କୁ ଆରୋଗ୍ୟ ସେତୁ ମୋବାଇଲ ଆପ ଡାଉନଲୋଡ କରିବାକୁ କୁହାଯିବ।

[ad_2]
Exit mobile version