କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରି ୩ ମାସ ଗୃହବନ୍ଦୀ ହେଲେ ଏହି ଖେଳାଳି

ବେଲଗ୍ରେଡ: କରୋନା ଭାଇରସର ମୁକାବିଲା ପାଇଁ ସର୍ବିୟାରେ କର୍ଫ୍ୟୁ ଲାଗୁ କରାଯାଇଛି। ତେବେ କର୍ଫ୍ୟୁ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ଦେଶର ଷ୍ଟାର ଫୁଟବଲର ଆଲକେସନ୍ଦର ପ୍ରିଜୋଭିଚ୍‌। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପ୍ରିଜୋଭିଚ୍‌ଙ୍କୁ ୩ ମାସ ପାଇଁ ଗୃହବନ୍ଦୀ ହୋଇ ରହିବାକୁ ଦଣ୍ଡବିଧାନ କରିଛି।

ଆହୁରି ପଢ଼ନ୍ତୁ

ଏହି ୨୯ ବର୍ଷୀୟ ଷ୍ଟାର ଫୁଟବଲରଙ୍କ ଶୁଣାଣି ଆଜି ବେଲଗ୍ରେଡରେ ଭିଡିଓ କନଫରେନ୍ସିଂ ଜରିଆରେ କରାଯାଇଥିଲେ। ଏହି ସମୟରେ ପ୍ରିଜୋଭିଚ୍‌ ନିଜର ଦୋଷ ସ୍ୱୀକାର କରିଛନ୍ତି।

ଶୁକ୍ରବାର ପୁଲିସ୍‌ ପ୍ରିଜୋଭିଚ୍‌ ଓ ଅନ୍ୟ ୧୯ ଜଣଙ୍କୁ ବେଲଗ୍ରେଡରେ ଥିବା ହୋଟେଲର ବାର ମଧ୍ୟରେ ପାର୍ଟି କରୁଥିବା ଅବସ୍ଥାରେ ଗିରଫ କରିଥିଲା। ସାରା ଦେଶରେ କରୋନା ପାଇଁ ସନ୍ଧ୍ୟା ୫ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ଏହାକୁ ପ୍ରିଜୋଭିଚ୍‌ ଅଣଦେଖା କରି ପାର୍ଟି କରୁଥିବାରୁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

[ad_2]
Exit mobile version