ରାଜ୍ୟ

କର୍ତ୍ତବ୍ୟ ଆଗରେ ସବୁ ପଛ; ନିଜ ବିବାହ ଘୁଞ୍ଚାଇ ଦେଲେ ୨ ମହିଳା ପୁଲିସ କର୍ମଚାରୀ

ସୁନ୍ଦରଗଡ଼ (ସତ୍ୟଶିଖା): ବିଶ୍ୱବ୍ୟାପି କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ପୁଲିସ l ନିଜ ପରିବାରକୁ ପର କରି ସେମାନେ ଦିନରାତି ଏକ କରିଦେଇଛନ୍ତି ମାନବ ଜାତିର ବିଜୟ ପାଇଁ । ଏପରି ସ୍ଥିତିରେ ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ଆଗରେ ତୁଚ୍ଛ ହୋଇଛି l

ଏପରି କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ଓଡିଶା ପୁଲିସର ଦୁଇ ମହିଳା କର୍ମଚାରୀ । କରୋନା ଭଳି ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ସେମାନେ ନିଜ ବିବାହକୁ ସ୍ଥଗିତ ରଖି ଦେଇଛନ୍ତି। ପୁଲିସ ଡିଜି ଅଭୟ ମଧ୍ୟ ସେମାନଙ୍କ ଏପରି ପଦକ୍ଷେପ ପ୍ରଶଂସା କରିବାକୁ ଭୁଲିନାହାନ୍ତି l

ଆହୁରି ପଢ଼ନ୍ତୁ

 ସୁନ୍ଦରଗ଼ଡ ଜିଲ୍ଲାର ମହିଳା କନଷ୍ଟେବଲ ସୁନୀତା ଅଢା ନିଜ ବିବାହ ଉତ୍ସବକୁ ଘୁଞ୍ଚାଇ ଦେଇଛନ୍ତି।  ସେହିଭଳି ପୂର୍ବରୁ ସ୍ଥିର ହୋଇଥିଲେ ବି ବର୍ତ୍ତମାନ ସମୟରେ କର୍ତ୍ତବ୍ୟ ଆଗ ହୋଇଥିବାରୁ ବିବାହକୁ ବାତିଲ କରିଛନ୍ତି ମହିଳା ହୋମଗାର୍ଡ ତିଳୋତମା ମେହର । ଉଭୟ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ  ଅଛନ୍ତି l

ଆସନ୍ତା ୨୪ ତାରିଖରେ ସୁନୀତାଙ୍କ ବିବାହ ଉତ୍ସବ ଥିବାବେଳେ ଗତ ୧୨ ତାରିଖରେ ହୋମଗାର୍ଡ ତିଳୋତମାଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା l ଉଭୟଙ୍କର ଏଭଳି ନିଷ୍ପତ୍ତି ଲାଗି ଦୁହିଁଙ୍କୁ ପୁଲିସି ଡିଜି ଅଭୟ ପ୍ରଶଂସା କରିଛନ୍ତି।

 

[ad_2]
Show More
Back to top button