ଜୟପୁର: କରୋନାକୁ ମାତ ଦେବାକୁ କରୋନିଲ ନାଁରେ ଔଷଧ ତିଆରି କରାଯାଇଛି ବୋଲି ଦାବି କରିଥିବା ଯୋଗଗୁରୁ ବାବା ରାମଦେବ ଏବେ ଆଇନଗତ ବିବାଦରେ ଫସିବାକୁ ଯାଉଛନ୍ତି। ରାଜସ୍ଥାନ ସରକାର ରାମଦେବଙ୍କ ନାଁରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି।
ରାମଦେବଙ୍କ ପତଞ୍ଜଳୀ ବାହାର କରିଥିବା କରୋନିଲ ଔଷଧର କ୍ଲିନିକାଲ ଟ୍ରାଏଲ ସରକାରଙ୍କ ବିନା ଅନୁମତିରେ ଆକ୍ରାନ୍ତଙ୍କ ଉପରେ କରାଯାଇଥିଲା। ତେଣୁ ଏହା ଏକ ଦୁର୍ନୀତି ଓ ଟ୍ରାଏଲ ନୁହେଁ ବୋଲି ସରକାର କହିଛନ୍ତି।
ଆହୁରି ପଢ଼ନ୍ତୁ
ସରକାରୀ ଅଧିକାରୀ କହିଛନ୍ତି, ଜୟପୁରର ଏନଆଇଏମଏସରୁ ୩ ଦିନ ମଧ୍ୟରେ କୌଣସି ରେଜଲ୍ଟ ଆସି ନଥିଲା ଓ କେବଳ ଲକ୍ଷଣ ନଥିବା କରୋନା ରୋଗୀଙ୍କୁ ହିଁ କରୋନିଲ ଦିଆଯାଇଥିଲା। ଏନଆଇଏମଏସ୍ ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ରିପୋର୍ଟ ସେହି ଦିନ ନେଗେଟିଭ ଆସିଥିଲା। ହେଲେ ଏନଆଇଏମଏସରୁ କୌଣସି ପ୍ରକାରର ରେଜଲ୍ଟ ଆସି ନଥିଲା। ତେଣୁ ପତଞ୍ଜଳୀର ଦାବିରେ ସତ୍ୟତା ନଥିବା ଅଧିକାରୀ ଜଣଙ୍କ କହିଛନ୍ତି।
ମଙ୍ଗଳବାର କରୋନା ପାଇଁ କରୋଲିନ ବାହାର କରିଥିବା ପତଞ୍ଜଳୀ ପକ୍ଷରୁ କୁହାଯାଇଥିଲା। ଏହାକୁ ସେବନ କରିବା ଦ୍ୱାରା ୩ରୁ ୧୫ ଦିନ ମଧ୍ୟରେ ଜଣେ କରୋନା ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବ ବୋଲି ରାମଦେବ କହିଥିଲେ। ଏଥିସହ ଏହାକୁ ୨୮୦ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇ ପରୀକ୍ଷା କରାଯାଇଥିବା ସେ ଦାବି କରିଥିଲେ।